ଛତ୍ରପୁର, ୧୭/୧୧(ପିପିଟି): ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଛତ୍ରପୁର ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବୁଦ୍ଧିଜୀବୀ,ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ କାଉନସିଲର ମାନଙ୍କୁ ନେଇ ଓଡିଶା ସରକାରଙ୍କ 5-T ସଚିବ ଭି.କେ ପାଣ୍ଡିଆନଙ୍କ ଭିଡ଼ିଓ କନଫେରେନ୍ସ ଜରିଆରେ “ମୁକ୍ତା” ଯୋଜନା ମାଧ୍ୟମରେ ପୋଲସରା ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟର ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।