ଭିଜିଲାନ୍ସ ଦ୍ବାରା ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶକ ସମେତ ୪ ଗିରଫ ।

0 261

ମାଲକାନଗିରି,୦୭/୦୨(ପିପିଟି) :ସରକାରୀ ଅର୍ଥରକୁ ଅସାଧୁ ଉପାୟ ରେ ହଡ଼ପ ତଥା ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରି ଦୁର୍ନୀତି ନିବାରଣ ବିଭାଗ ଆଜି କୋର୍ଟ ଚାଲାଣ କରିଛି। ଅନ୍ଯ ଗରଫ ଚାରି ଜଣ ହେଲେ ଆସିଷ୍ଟାଣ୍ଟ ଏଗ୍ରିକଲଚ ଇଞ୍ଜିନିୟର ମୋହନ ମଣ୍ଡଳ,ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଠିକା କର୍ମଚାରୀ ଅମିୟ ସାହୁ ଏବଂ ଅନ୍ୟ ଜଣେ ବାହାରେ ବ୍ଯକ୍ତି ଅଲେଖ ପ୍ରଧାନ । ଭିଜିଲାନ୍ସ ଚଢ଼ଉ ସମୟେ ମୋଟ ୨ କୋଟି ୮ ଲକ୍ଷ ୯୨ ହଜାର ୮୫୯ ଟଙ୍କା ଜବତ କରିଛି ।
ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଠାରୁ ନଗଦ ୨ କୋଟି ଟଙ୍କା ମିଳିଥିଲା। ଜୟପୁରରେ ଏକ ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା, ଯାହାର ଆନୁମାନିକ ଜାଗାର ପରିମାଣ ୪୬୦୦ ବର୍ଗଫୁଟ, ଜୟପୁର ଓ ଭୁବନେଶ୍ୱରରେ ଟାଉନ ରେ ୪ ଗୋଟି ଦାମୀ ପ୍ଲଟ୍ ଠାବ କରା ଯାଇଅଛି । ଏହା ସହିତ ୪୨୨ ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ଜମା ଆକାଉଣ୍ଡରୁ ୯୧ ଲକ୍ଷ ୧୦ ହଜାର ୩୦୬ ଟଙ୍କା ସହିତ ବ୍ୟାଙ୍କ ଲକରରୁ ମଧ୍ୟ ମିଳିଥିଲା ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସହ ଅଫିସିଆଲ ଦସ୍ତାବିଜ ।
ଚାରିଚକିଆ ହୋଣ୍ଡାଇ ୨ଟି ଦୁଇ ଚକିଆ ଗାଡି,୨୯.୦୮ ଲକ୍ଷ ଟଙ୍କାର ଘରକରଣା ଠାବ କରାଯାଇଛି।ଲମ୍ବା ସମୟ ଧରି ଚାଲିଥିଲା ଭିଜିଲାନ୍ସ ରେଡ୍ । ଗତ ବୁଧବାର ଠାରୁ କୁବେର ବାବୁ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିଲା । ଭୁବନେଶ୍ଵର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କ ଲକରରୁ ସେଲ୍ ଡିଡ୍ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଗତାକାଲି ବାସଭବନରେ ତଲାସୀ ସମୟରେ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଥିଲା।
ସେହିପରି ବିଶ୍ବଜିତ ମଣ୍ଡଳଙ୍କ ଠାରୁ ୬ ଲକ୍ଷ ୯୨ ହଜାର ୧୧୦ ଟଙ୍କା, ମୋହନ ମଣ୍ଡଳଙ୍କ ଠାରୁ ୧,୧୯,୧୪୦ ଟଙ୍କା,ଅମିୟ ସାହୁଙ୍କ ଠାରୁ ୮୧,୬୦୦ ଟଙ୍କା ଜବତ କରାଯାଇଛି।
ଏହି ୫ ଜଣଙ୍କୁ ଗିରଫ କରାଯାଇ ଆଜି ଜୟପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

(ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.