ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର।

0 265

ଭୁବନେଶ୍ବର,୨୭/୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ୨ ଜଣ ଡିଏସ୍‌ପି, ୧୪ ଇନ୍ସପେକ୍ଟର ଓ ୬ ଜଣ ଏଏସ୍‌ଆଇ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ୱର ୩ଟି ସ୍ଥାନ, ବାଲେଶ୍ୱରର ୩ଟି ସ୍ଥାନ, ଜଗତସିଂପୁରରେ ୨ଟି ସ୍ଥାନ ସହ ସୋନପୁରରେ ଅସ୍ଥାୟୀ ବାସଭବନ ରହିଛି ।

Leave A Reply

Your email address will not be published.