ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ହିସାବ ରକ୍ଷକ।

0 266

ବ୍ରହ୍ମପୁର, ୧୨/୦୨(ପିପିଟି): ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର ଦୀଲିପ କୁମାର ସ୍ବାଇଁ ଜଣେ ଶିକ୍ଷକଙ୍କ ବକେୟା ଦରମା ବିଲ ପାସ କରାଇଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ପକ୍ଷରୁ ଶିକ୍ଷା ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ବେଳେ ଉଭୟଙ୍କ ବାସଭବନ ଓ କାର୍ଯ୍ଯାଳୟ ଚଢ଼ାଉ କରାଯାଇଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ କେସ ନମ୍ବର ୦୧,ତା ୧୦/୦୨/୨୦୨୨ ୟୁ/ଏସ ୭ ପିସି(ଏମେଣ୍ଡେମେଣ୍ଟ)ଏକ୍ଟ ୨୦୧୮ ଅନୁଯାଇ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.