ଭାରସାମ୍ୟ ହରାଇ ଖାଲକୁ ଅଟୋ ଓଲଟିଲା : ୮ ଗୁରୁତର ।

0 314

ବାଲିଗୁଡା,୧୮/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ୧୨ ଜଣ ଏକ ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ପ୍ରକାଶ ଯେ, କୋଟଗଡ଼ ବ୍ଳକ ଆରଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକି ସୀତାଗୁଡ଼ା ଗ୍ରାମକୁ ଏକ ଶୁଦ୍ଧି କାର୍ଯ୍ୟକୁ ଯାଇ ଦାସିଙ୍ଗବାଡ଼ି ଗ୍ରାମକୁ ଫେରୁଥିଲେ । ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ଖାଲକୁ ପଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ସନ୍ୟାସୀ ନାୟକ (୪୭), ଶାନ୍ତ କୁମାର ସିଂ (୨୮), ନିରଞ୍ଜନ ନାୟକ (୨୯), ଯୁବି ନାୟକ (୩୫), ସତ୍ୟବାନ ସିଂ (୫୦), ସୁଧାରାଣି ନାୟକ(୩୬), ମିଥୁନ ସିଂ(୩୧) ଓ ତିନି ବର୍ଷର ଶିଶୁ ଯୁସମନ୍ତ(୩) । ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.