ମାଲକାନଗିରି,୦୯/୦୯(ପିପିଟି):ଦୀର୍ଘ ଦିନ ହେଲା ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ଯାଳୟରେ କିରାଣୀ ଭାବେ କାର୍ଯ୍ଯରତ ଜ୍ଯୋତ୍ସ୍ନାମୟୀ ଆଚାର୍ଯ୍ଯଙ୍କୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ରାଜ୍ଯ ସରକାର ପଦୋନ୍ନତି ଦେଇଥିବା ବେଳେ ତାଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିବା ପାଇଁ ଆଦେଶ ଦେଇଥିବା ଜଣା ପଡିଛି । ବିବରଣୀରୁ ପ୍ରକାଶ ଯେ, ଜ୍ଯୋତ୍ସ୍ନାମୟୀ ଆଚାର୍ଯ୍ଯ ୧୯୯୬ ମସିହାରେ କିରାଣୀ ଚାକିରୀରେ ପ୍ରଥମେ ନିଯୁକ୍ତି ପାଇ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ଯାଳୟରେ କାର୍ଯ୍ଯାରମ୍ଭ କରିଥିଲେ । ଦୀର୍ଘ ୨୫ବର୍ଷ ପରେ ତାଙ୍କୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପଦୋନ୍ନତି ପ୍ରାପ୍ତ ହୋଇଛି । ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୀଲ୍ଲିପ ସାମନ୍ତର ଗତ ତା:୩୧.୦୧.୨୦୨୧ରେ ଅବସର ନେଲା ପରେ ସହକାରୀ ଜିଲ୍ଲାପାଳ ମିସ୍ ସ୍ନିଗ୍ଧା ଚୌଧୁରୀଙ୍କୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ମାଲକାନଗିରି ଜିଲ୍ଲାପୀଳ ଦାୟିତ୍ଯ ନ୍ଯସ୍ତ କରିଥିଲେ ।ବର୍ତ୍ତମାନ ବିଭାଗୀୟ ପଦୋନ୍ନତି ଜ୍ଯୋତ୍ସ୍ନାମୟୀ ଆଚାର୍ଯ୍ଯ ପାଇବା ଫଳରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପଦବୀ ଅଳଂକୃତ କରିଛନ୍ତ ।ସେହି ବିଭାଗରେ ଦୀର୍ଘ ୨୫ ବର୍ଷ କାର୍ଯ୍ଯ କରିଥିବାରୁ ତାଙ୍କର ଅନେକ ଅଭିଜ୍ଞତା ରହିଛି । ସେ ଜଣେ ସୁଦକ୍ଷା କର୍ମ ନିପୁଣା ଅଧିକାରୀ ଭାବେ ଶ୍ରୀମତୀ ଆଚାର୍ଯ୍ଯ ଦାୟିତ୍ବ ତୁଲାଇବେ ବୋଲି ସାମ୍ବାଦିକ ମହଲରେ ଆଶା ଓ ବିଶ୍ବାସ ଉଦ୍ରେକ ହୋଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post