ଭାରତୀୟ ବ୍ୟାଙ୍କ ତରଫରୁ ଲକିନାଥ କିର୍ସାନିଙ୍କୁ ସମ୍ୱର୍ଦ୍ଧନା ।

0 234

ମାଲକାନଗିରି,୦୩/୧୨(ପିପିଟି): ମାଲକାନଗିରି ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଲକିନାଥ କିର୍ସାନି ଆଗ୍ରାସ୍ଥିତ ଇନଡିଆନ ଏୟାରପୋର୍ଟ ତାଲିମ ଶିବିରରେ ୨୧ ଦିନ ଭାଗ ନେଇ ଦୁସାହାସିକ କାର୍ଯ୍ୟକ୍ରମ ରେ ପାରା ଗ୍ଲାଇଡିଂ ଯୁଦ୍ଧ ଜାହାଜରେ କିପରି ଉଦ୍ଧାର କାର୍ଯ୍ୟ କରିପାରିବେ ସେ ପ୍ରଶିକ୍ଷଣ ନେଇ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମାଲକାନଗିରି ଭାରତୀୟ ବ୍ୟାଙ୍କ ମୁଖ୍ୟ ପରିଚାଳକା ସ୍ବପ୍ନ ସିକଦାର ଏବଂ ଭେଙ୍କ ରାମ. ବି ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କକ୍ଷରେ ପୁଷ୍ପଗୁଚ୍ଛ ଉତ୍ତରୀୟର ଏବଂ ଉପହାର ଦେଇ ସମ୍ୱର୍ଦ୍ଧତ କରିଥିଲେ। ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଜିଲ୍ଲା ଯୁବ ରେଡ଼ କ୍ରସ ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ବାଇଁ ଏନ.ସି.ସି. ଅଧିକାରୀ ସୁଶାନ୍ତ କୁମାର ମାଝୀ,ଗୌତ୍ତମ ନାୟକ, ନମିତା ଦଣ୍ଡସେନା, ପ୍ରମେୟ କୁମାର ମହାନ୍ତି,ଜିମୁତ ନାୟକ, ତପନ କୁମାର ବେହେରା, ଏବଂ ଛାତ୍ର ମାନଙ୍କ ମଧ୍ୟରେ ଅଲିଶା ପଟ୍ଟନାୟକ, ସ୍ନେହିତା ,ପବନ ସିଂହ ଉପସ୍ଥିତ ରହି ଲକିନାଥ କିର୍ସାନିଙ୍କୁ ସମ୍ୱର୍ଦ୍ଧନା କରିଥିଲେ। ଲକିନାଥ କିର୍ସାନି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଗୌରବ ଅର୍ଜନ କରିଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.