ଭାଙ୍ଗ ବୋଝେଇ ବୋଲେରୋ ଜବତ; ଡ୍ରାଇଭର ଗିରଫ ।

0 330

ବେଲଗୁଣ୍ଠା,୨୫/୦୬(ପିପିଟି);ଗୁରୁବାର ଦିନ ଗାଙ୍ଗପୁର ପୋଲିସ୍ ଏକ ଭାଙ୍ଗ ବୋଝେଇ ବୋଲେରୋକୁ ଜବତ କରିବା ସହିତ ବୋଲେରୋ ଚାଳକକୁ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନା ପ୍ରକାରେ ଗୁରୁବାର ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ନାହାଡା ଏବଂ କେନ୍ଦୁପଦର ମଝିରେ ରାତ୍ରି ୮ ଘଣ୍ଟା ୩୦ ମିନଟ୍ ସମୟରେ ବଡ଼ ନଦୀ ଶଙ୍ଖ ଠାରେ ଭାଙ୍ଗ ବୋଝେଇ ହୋଇଥିବା OD-25G-4702 ନମ୍ବର୍ ବିଶିଷ୍ଟ ଏକ ଧଳା ରଙ୍ଗର ପିକ୍ ଅପ୍ ବୋଲେରୋକୁ ଜବତ କରି ସେଥିରେ ଚାଲାଣ ହେଉଥିବା ୮୦୦ କେଜି ଭାଙ୍ଗକୁ ମଧ୍ଯ ଜବତ କରିଥିଲା । ଏହା ସହିତ ବୋଲେରୋ ଡ୍ରାଇଭରକୁ ମଧ୍ଯ ପୋଲିସ୍ ଗିରଫ କରି ଥିଲ୍ । ଭାଙ୍ଗ ଜବତ ଘଟଣାକୁ ନେଇ ଗାଙ୍ଗପୁର ଥାନାରେ ଓଡ଼ିଶା ଅବକାରୀ ଆକ୍ଟ୍ 52(a)(1)/55 ଧାରା ଅନୁଯାୟୀ କେଶ୍ ନମ୍ବର୍ 270/21 ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କଥା ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି । ଗିରଫ ବୋଲେରୋ ଚାଳକ ଜଣଙ୍କ ହେଲେ ନୟାଗଡ ଜିଲ୍ଳା ଶରଣକୂଳ ଥାନା ଅନ୍ତର୍ଗତ ଗୋଡିପଡା ଗ୍ରାମର ବନମାଳୀ ସିଂହ (୨୫) । ଭାଙ୍ଗ ବୋଝେଇ ବୋଲେରୋଟି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ଜଗମୋହନରୁ ଗୋଡ଼ିପଡ଼ା ଅଭିମୁଖେ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.