ଭଞ୍ଜ ଟ୍ରଫି-୨୦୨୩;ପାୱାର ସିକ୍ସକୁ ହରାଇ ଦିଗପହଣ୍ଡି ଚମ୍ପିୟନ ।

0 426

ଭଞ୍ଜନଗର,୧୪/୦୧(ପିପିଟି): ଭଞ୍ଜନଗର ନିକଟ କୁଲାଡ଼ ଠାରେ ମାଆ ବ୍ୟାଘ୍ରଦେବୀ ଭଳିବଲ କ୍ଲବ ତରଫରୁ ଆୟୋଜିତ ଭଳିବଲ ଟୁର୍ଣ୍ଣାମେଣ୍ଟ ଭଞ୍ଜ ଟ୍ରଫି-୨୦୨୩ର ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ବ୍ରହ୍ମପୁର ପାୱାର ସିକ୍ସକୁ ଲଗାତାର ଭାବେ ତିନୋଟି ସେଟରେ ପରାସ୍ତ କରି ଦିଗପହଣ୍ଡି ଦଳ ଚମ୍ପିୟନ ଟାଇଟଲ ହାସଲ କରିଛି। ଏହି ଟୁର୍ଣ୍ଣାମେଣ୍ଟ ଗତ୭ତାରିଖରେ ଆରମ୍ଭ ହୋଇ ଆଜି ଶେଷ ହୋଇଥିଲା।ବିଜୟୀ ଦଳକୁ ଟ୍ରଫି ସହ ୧୭ହଜାର ୪୭୧ ଏବଂ ରନର ଦଳ ପାଇଁ ଟ୍ରଫି ସହ ୧୧ହଜାର ୧୧୧ଟଙ୍କା ପ୍ରଦାନ କରାଯାଇଛି।ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଦିଗପହଣ୍ଡି ଦଳର କାଢ଼ା,ବେଷ୍ଟ ନେଟର ଭାବେ ଏହି ଦଳର ସୁମିତ ଏବଂ ମେନ ଅଫ ଦି ଟୁର୍ଣ୍ଣାମେଣ୍ଟ ଅଡ଼ବା ଦଳର ରାମ ପୁରସ୍କୃତ ହୋଇଛନ୍ତି। ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ରାଜୁ,ପୂର୍ବତନ ପ୍ରଧାନଶିକ୍ଷକ ରମାକାନ୍ତ ମିଶ୍ର,ବାରୁଡ଼ାର ପୂର୍ବତନ ସରପଞ୍ଚ ହର ପ୍ରସାଦ ଗୌଡ଼ଯୋଗ ଦେଇଥିଲେ। ଶରତ କୁମାର ରାଉତ ଆଜିର ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ସୁକାନ୍ତ କୁମାର ମିଶ୍ର ଓ ସ୍କୋରର ଭାବେ ସୁଶାନ୍ତ କୁମାର ପଣ୍ଡା ରହିଥିଲେ। କ୍ଲବର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.