ଭଞ୍ଜନଗର,୧୯/୧୧(ପିପିଟି): ଭଞ୍ଜନଗର ସ୍ଥିତ ନିୟନ୍ତ୍ରିଣ ବଜାର କମିଟି ପରିସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ସ୍ତରୀୟ ଋଣ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ,ବ୍ଲକ ସାଂସଦ ପ୍ରତିନିଧି ଦିବାକର ନାୟକ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାଶ ଓ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ମଞ୍ଚରେ ଉପସ୍ଥିତ ଥିଲେ। ବ୍ୟବସାୟ ହେଉ ଅବା ରାଜନୀତି, ସବୁ କ୍ଷେତ୍ରରେ ଆଗୁଆ ଆଛନ୍ତି ରାଜ୍ୟର ନାରୀ ସମାଜ ବୋଲି ବାଚସ୍ପତି ଶ୍ରୀ ଆରୁଖ ନିଜ ବକ୍ତବ୍ୟରେ କହିଥିଲେ। ଏହି ବ୍ଲକ ସ୍ତରୀୟ ଋଣ ମେଳାରେ ୫୧୭ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୧୫କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି ଏବଂ ୩୭ଜଣଙ୍କୁ ଆବର୍ତ୍ତନ ପାଣ୍ଠି ୧୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ଏଥିସହ ୬୬୯ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି।ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଜଗା ବଳିଆ ଦାସ କାଠିଆ,ସଙ୍ଗୀତ ଓ ଭଞ୍ଜନଗର ଲଣ୍ଡେଇ ସାହିର ପ୍ରତିଷ୍ଠିତ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ବିଡ଼ିଓ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ଭୀମସେନ ବାରିକ, ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ, ଜଗଦୀଶ ପାଣିଗ୍ରାହୀ, ଶୂଳପାଣି ଶତପଥି,ନାରାୟଣ ମହାରଣା, ପିଆରଆଇ ସଦସ୍ୟ,ବହୁ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post