ଭଞ୍ଜନଗର ଠାରେ ୩ଦିନିଆ ଆଜାଦି କା ଅମୃତ ମହୋତ୍ସବର ପ୍ରସ୍ତୁତି ବୈଠକ ।

0 247

ଭଞ୍ଜନଗର,୨୭/୧୨(ପିପିଟି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଜିଲ୍ଲା ପ୍ରଶାସନ ଓ ସଂସୃତି ପରିଷଦ ଗଞ୍ଜାମ ର ମିଳିତ ସହଯୋଗରେ ଭଞ୍ଜନଗର ଏନ.ଏ.ସି ଟାଉନ ହଲ ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି ।୨୮ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ଲୋକସଙ୍ଗୀତ, ପାଲା ଓ ଦାସକାଠିଆ ଉତ୍ସବ ଅନୁଷ୍ଠିତ ହେବ । ସୋମବାର ଭଞ୍ଜନଗର ବନ ବିଭାଗ ଡାକବଙ୍ଗଳା ଠାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ କୁମାର ଶତପଥିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଓଡିଶାର ସ୍ବନାମ ଧନ୍ୟ ପ୍ରସିଦ୍ଧ କଳାକାର ମାନେ ଯୋଗ ଦେଇ ଲୋକ ସଙ୍ଗୀତ, ଦାସକାଠିଆ ଓ ପାଲା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ୨୮ ତାରିଖ ପ୍ରଥମ ଦିବସରେ ଜଙ୍ଗଲ, ପରିବେଶ,ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମଧ୍ୟ ଯୋଗ ବୋଲି ଜଣାପଡିଛି । ଭଞ୍ଜମାଟିରେ ଏଭଳି ଏକ କାର୍ଯ୍ୟକ୍ରମ ପ୍ରଥମ ଥର ଆୟୋଜନ ହୋଇଥିବାରୁ ତାର ସଫଳ ରୂପାୟନ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।ଏଥିରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ସମାଜସେବୀ ଶୂଳପାଣି ଶତପଥି, ପଞ୍ଚାନନ ପାଳ, ଜଗଦୀଶ ପାଣିଗ୍ରାହୀ, ଅଜିତ ଶତପଥି, ସନ୍ତୋଷ କୁମାର ଜେନା,ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ପ୍ରେସକ୍ଲବ ସଭାପତି ଲୋକନାଥ କର, ସାମ୍ବାଦିକ ବିଶ୍ବମ୍ବର ଜେନା, ବାବୁଲା ପ୍ରଧାନ, ବବି ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.