ଭଞ୍ଜନଗର ଏନ୍ଏସି ତରଫରୁ ବ୍ୟାଙ୍କ ଋଣ ବଣ୍ଟନ ମେଳା ଅନୁଷ୍ଠିତ ।

0 294

ଭଞ୍ଜନଗର,୦୭/୦୯(ପିପିଟି); ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ଅନ୍ତର୍ଗତ ଦୀନ ଦୟାଲ ଅନ୍ତ୍ୟଦୟ ଯୋଜନା ଜାତୀୟ ସହରାଞ୍ଚଳ ଜୀବିକା ମିଶନ ତରଫରୁ ବ୍ୟାଙ୍କ ଋଣ ବଣ୍ଟନ ମେଳା ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମ୍ମାନିତ ଅତିଥି ରୂପେ ଲିଡ଼ ଜିଲ୍ଲା ପରିଚାଳକ ଅଶୋକ କୁମାର ପଣ୍ଡା,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତିକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ତାର ଉନ୍ନତି ଓ ଆର୍ଥିକ ସ୍ଥିତି ସୁଧାରିବା ସକାଶେ ବ୍ୟାଙ୍କ ଦ୍ୱାରା ଋଣ ପ୍ରଦାନ କରାଯାଉଛି। ଯାହା ଫଳରେ ସେମାନେ ଋଣ ନେଇ ତାକୁ ବିନିଯୋଗ କରି ଅଧିକ ଲାଭବାନ ହେବା ସହ ଆର୍ଥିକ ସ୍ୱଚ୍ଛଳ ହୋଇପାରିବେ। ଏହି ଅବସରରେ ଭଞ୍ଜନଗର ଏନ୍ଏସି ରେ ଥିବା ୧୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିଗତ ଭାବେ ୨୨ଜଣ ହିତାଧିକାରୀଙ୍କୁ ପ୍ରାୟ ୩୦ଲକ୍ଷ ଟଙ୍କା ଋଣ ଆକାରରେ ବିଭିନ୍ନ ବ୍ୟାଙ୍କ ସହଯୋଗରେ ପ୍ରଦାନ କରାଯାଇଛି। ଋଣ ଅର୍ଥକୁ ବ୍ୟବହାର କରି ସଠିକ ସମୟରେ ଋଣ ପରିଶୋଧ କଲେ ଆଗାମୀ ଦିନରେ ରିହାତି ମିଳିବା ସହ ଅଧିକ ପରିମାଣର ଋଣ ପ୍ରଦାନ କରାଯିବ ବୋଲି ବ୍ୟାଙ୍କ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍ଏସି ର ବହୁ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.