ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲେ କୋଦଳା ପୋଲିସ ।

0 263

କୋଦଳା,୧୨/୧୧(ପିପିଟି): ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପ୍ରକାରେ କୋଦଳା ପୋଲିସ ପକ୍ଷରୁ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ କର୍ମକର୍ତ୍ତା କୋଦଳା ଥାନା ଅଞ୍ଚଳରେ ଅବସ୍ଥିତ ସମସ୍ତ ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିବା ଜଣାପଡିଛି । ପ୍ରତି ବ୍ୟାଙ୍କରେ ପହଞ୍ଚି ମେନେଜରଙ୍କ ସହିତ ଆଲୋଚନା ମାଧ୍ୟମରେ ସେମାନଙ୍କ ସିସି ଟିଭି କେମେରା ଠିକ ଅଛିକି ନାହିଁ, ତାର ପରିଧି କେତେ, ଆଲରାମ ବା ସାଇରନ ଠିକ ଅଛିକି ନାହିଁ, ଟଙ୍କା ଧରି ଆସୁଥିବା ଗାଡି ଅବସ୍ଥା କେମିତି, ଗ୍ରାହକ ମାନଙ୍କୁ କିପରି ସୁବିଧା ପ୍ରଦାନ କରାଯାଉଛି ତାରି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.