ବ୍ରହ୍ମାକୁମାରୀ ଗୀତାପାଠଶାଳା ଉଦ୍‌ଘାଟିତ ।

0 223

ବେଲଗୁଣ୍ଠା,୨୨/୦୧(ପିପିଟି):ବେଲଗୁଣ୍ଠା ବ୍ଲକ ନିକଟସ୍ଥ ଉଢୁରାଠାରେ ବ୍ରହ୍ମାକୁମାରୀ ଗୀତାପାଠଶାଳା ଉଦଘାଟନ ହୋଇଛି । ଆଧ୍ୟାତ୍ମିକ ବାର୍ତ୍ତା ପ୍ରେରଣ ନିମନ୍ତେ ଉଢୁରା ଓ କୋକଲୁଣ୍ଡା ଗ୍ରାମରେ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରାଯିବା ସହିତ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ମହୋଦୟା ଭଗ୍ନୀ ବିଷ୍ଣୁ ସେଠୀ ଓ ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ଭ୍ରାତା ସୁଧାଂଶୁ ଶେଖର ପୋଲାଇ ଉପସ୍ଥିତ ରହି ଅନୁଷ୍ଠାନର ଉତ୍ତରୋତ୍ତର କାମନା କରି ଥିଲେ । ବାହାଡାଝୋଳାର ରାଜଯୋଗିନୀ ବ୍ରହ୍ମାକୁମାରୀ ଲକ୍ଷ୍ମୀ ‍ଭଉଣୀ,ଭଞ୍ଜନଗର କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ, ଗୋବରା କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ଯାଜ୍ଞସେନୀ ଭଉଣୀ,ବେଲଗୁଣ୍ଠା କେନ୍ଦ୍ରର ବିଷ୍ଣୁ ଭଉଣୀ ମଞ୍ଚାସୀନ ଥିଲେ। ଯଥାକ୍ରମେ ସ୍ଵଂୟ ଭଗବାନଙ୍କର ଧରା ଅବତରଣ, ବର୍ତ୍ତମାନର ବ୍ୟସ୍ତ ବହୁଳ ସମୟରେ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଆଧ୍ୟାତ୍ମିକମୁଖୀ ହୋଇ ଶାନ୍ତିମୟ ଜୀବନ ଅତିବାହିତ କରିବା ଆବଶ୍ୟକ, ମାନବ ଜୀବନରର ଲକ୍ଷ୍ଯ ଓ ଉଦ୍ଦେଶ୍ୟ ଇତ୍ୟାଦି ବିଷୟରେ ମଞ୍ଚାସୀନ ରାଜଯୋଗିନୀ ଭଉଣୀମାନେ ନିଜ ନିଜର ବକ୍ତବ୍ୟ ରଖି ଥିଲେ। ଜଗନ୍ନାଥ ପ୍ରସାଦ କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ଅର୍ଚ୍ଚନା ଭଉଣୀ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମାକୁମାର ସତ୍ୟବାନ୍ ଭାଇ, ବ୍ରହ୍ମାକୁମାର ବୈକୁଣ୍ଠ ଭାଇ , ବ୍ରହ୍ମାକୁମାର ଜଗନ୍ନାଥ ଭାଇ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ସମାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.