ବ୍ରହ୍ମପୁର ୧୨ ଓ ୧୪ ନଂ ୱାର୍ଡରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ।

0 232

ବ୍ରହ୍ମପୁର,୨୩/୧୦(ପିପିଟି): ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ବ୍ରହ୍ମପୁର ମହାନଗର ବିଜେଡ଼ି ତରଫରୁ ୧୨ଓ ୧୪ ନଂ ୱାର୍ଡରେ ଏହି ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୨ନଂ ୱାର୍ଡ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ୧୪ନଂ ୱାର୍ଡ କର୍ପୋରେଟର ଗୀତାରାଣୀ ପଣ୍ଡାଙ୍କ ତ୍ୱତ୍ତାବଧାନରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ ,ଯୁବ ସଭାପତି ଅଜିତ୍ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ,ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ମେୟର କେ ମାଧବୀ, କର୍ପୋରେଟର ଦୁର୍ଗା ନାୟକ, କାଦମ୍ବରୀ ଦାସ,ସ୍ୱର୍ଣ୍ଣଲତା ସାବତ, ଶ୍ୱେତା ରେଖା ତ୍ରିପାଠୀ, ତୁମ୍ବନାଥ ପଣ୍ଡା, ଦୁର୍ଗା ମାଧବ ସାବତ, ମହାନଗର ମହିଳା ଯୁଗ୍ମ ସମ୍ପାଦିକା ଦେବକୀ ରେଡ୍ଡୀ, ଶ୍ୱେତାପ୍ରଜ୍ଞା ପଟ୍ଟନାୟକ,ପୂର୍ବତନ କର୍ପୋରେଟର ଆର୍ ମୁରଲୀ ମୋହନ,ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ନଳିନୀକାନ୍ତ ଦେବଦର୍ଶୀ, ଆଇନଜୀବୀ ଅସିତ ସାବତ, ଆଦିତ୍ୟ ପଟ୍ଟନାୟକ, ସୁଦର୍ଶନ ଦାସଙ୍କ ସମେତ ବିଜେଡିର ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ୧୪ନଂ ୱାର୍ଡ ତରଫରୁ ସ୍ଥାନୀୟ ପାତାଳେଶ୍ୱର ମନ୍ଦିର ନିକଟରୁ ପଦଯାତ୍ରା ବହାରକରି ରୁକ୍ମଣୀ ହଲ,ଧର୍ମ ନଗର ଦେଇ ପ୍ରେମ ନଗର ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ ପରେ ହାଉସିଂ ବୋର୍ଡ଼ ଛକ ନିକଟରୁ ୧୨ନଂ ୱାର୍ଡ ତରଫରୁ ସ୍ଥାନୀୟ ଅଞ୍ଚଳ ପଦଯାତ୍ରା କରି ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ପରେ ପ୍ରେମ ନଗର ମୁଖ୍ୟ ରାସ୍ତା ନିକଟରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଏଥିରେ ସାଂସଦ, ବିଧାୟକ, ମେୟର,ବହୁ ବରିଷ୍ଠ ନେତା,କର୍ପୋରେଟର ନିଜର ବକ୍ତବ୍ୟ ରଖିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.