ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶିତ।

0 590

ବ୍ରହ୍ମପୁର,୩୦/୦୧(ପିପିଟି):ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇଛି। ପୂର୍ବରୁ ପ୍ରକାଶିତ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବିଏମସିର ୪୨ ୱାର୍ଡ ମଧ୍ଯରୁ ମହିଳାଙ୍କ ପାଇଁ ୫୦% ୱାର୍ଡ ଅର୍ଥାତ ୨୧ଟି ୱାର୍ଡ ସଂରକ୍ଷିତ ରହିଛି। ୧୯ଟି ୱାର୍ଡ ଅଣସଂରକ୍ଷିତ ରହିଛି। ୱାର୍ଡ ନଂ ୨,୭,୮,୧୧,୧୨, ୧୭,୧୮,୨୧,୨୨,୨୪,୨୬,୨୭, ୨୯,୩୨,୩୪,୩୫,୪୦,୪୧ ଓ ୪୨ ଅଣସଂରକ୍ଷିତ ରହିଛି । ୱାର୍ଡ ନଂ ୩,୪,୫,୬,୧୦,୧୩,୧୪,୧୫,୧୬,୨୦,୨୮,୩୦,୩୧,୩୩,୩୬,୩୭,୩୮,ଓ ୩୯ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୱାର୍ଡ ନଂ ୧ ଅନୁସୂଚିତ ଜନ ଜାତି ମହିଳା,ୱାର୍ଡ ନଂ ୯ ଓ ୨୫ ଅନୁସୂଚିତ ଜାତି ଏବଂ ୱାର୍ଡ ୧୯ ଓ ୨୩ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଚୁଡାନ୍ତ ୱାର୍ଡ ତାଲିକା ପ୍ରକାଶ ପାଇବା ପରେ ବ୍ରହ୍ମପୁର ରାଜନୀତି ସରଗରମ ହୋଇଊଠିଛି। ମେୟର ପଦବୀ ପାଇଁ ବିଡେଡିରେ ଆଶାୟୀଙ୍କ ସଂଖ୍ଯା ଅଧିକ ଥିବା ଜଣାପଡିଛି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ନେତାଙ୍କ ପରିବାରକୁ ମେୟର ଟିକେଟ ମିଳିବ ବୋଲି ଚା ଖଟିରେ ଚର୍ଚ୍ଚା ଶୁଣିବାକୁ ମିଳୁଛି। ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ମଧ୍ଯ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave A Reply

Your email address will not be published.