ବ୍ରହ୍ମପୁର ଏସ୍‌ପି ଡ଼.ସର୍ବଣା ବିବେକ ଏମଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପୁଲିସ୍ କାର୍ଯ୍ୟଳୟରେ ଅପରାଧ ସମୀକ୍ଷା ବୈଠକ ।

0 238

ବ୍ରହ୍ମପୁର,୧୯/୧୦(ପିପିଟି):ବ୍ରହ୍ମପୁର ଏସ୍‌ପି ଡ଼.ସର୍ବଣା ବିବେକ ଏମଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ୍ କାର୍ଯ୍ୟଳୟରେ ସହରର ପୁରୁଣା ଓ ନୂଆ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ଅପରାଧ ସିମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏସପି ଶ୍ରୀ ବିବେକ ବହୁ ଦିନ ଧରିପଡ଼ି ରହିଥିବା ପୁରୁଣା ମାମଲା ଗୁଡିକର ସ୍ଥିତି ବିଷୟରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ପଚାରି ବୁଝିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମାମଲା ଗୁଡିକର ତଦନ୍ତ ଶେଷ କରିବାକୁ ସେ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାରେ କିଛି ସ୍ଥାନରେ ଚାଲିଥିବା ବେଆଇନ ଦେଶୀ ଓ ବିଦେଶୀ ମଦ ଉପରେ ଅଧିକ ନଜର ଦେବା, ଗଞ୍ଜେଇ ଚୋରା ଚାଲାଣ ଉପରେ ତିଖ୍ନ ନଜର ରଖିବାକୁ ଏସପି କହିଥିଲେ । ଗତ କିଛି ଦିନ ଭିତରେ ବ୍ରହ୍ମପୁର ସହର ଏବଂ ଉପକଣ୍ଠରେ ଚୋରୀ ଓ ଲୁଟ ବଢିବାରେ ଲାଗିଥିବାରୁ ପେଷାଦାର ଅପରାଧୀ ତଥା ଜେଲ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଏସପି କହିଥିଲେ । ଥାନାରେ ରୁଜୁ ହୋଇଥିବା ଦୁଷ୍କର୍ମ, ହତ୍ୟା,ଡକାୟତି, ଠକେଇ,ନିଖୋଜ ମାମଲା ଓ ଅପମୃତ୍ୟୁ ମାମଲା ଗୁଡିକ ସମ୍ପର୍କରେ ଏସପି ସମୀକ୍ଷା କରିଥିଲେ। ୱାରେଣ୍ଟ ଧରପଗଡ, ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସାବଡ କରିବା ପାଇଁ ରଣନୀତି ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ୱାରେଣ୍ଟ ଧରପଗଡ଼କୁ ଉପରେ ଅଧିକ ଗୁରୁତ୍ୱ ଦେଇ ପୁରଣା ଓ ନୂଆଁ ୱାରେଣ୍ଟ ମାନକୁ ଧରିବା ପାଇଁ ସେ କହିଛନ୍ତି ।ସହରର ଟ୍ରାଫିକ ସମସ୍ୟାକୁ ନେଇ ଅପରାଧୀ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । କିଛି ଦିନ ଧରି ବ୍ରହ୍ମପୁର ସହର ଓ ଉପକଣ୍ଠରେ ଉପରୋକ୍ତ ବିଭିନ୍ନ ଅପରାଧିକ କାର୍ଯ୍ୟାକଳାପ ବୃଦ୍ଧି ପାଇବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଏଣୁ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଘଟଣାରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ରହ୍ମପୁର ଏସପି ଡ଼. ସର୍ବଣା ବିବେକ ଏମ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଏସପି ରମେଶଚନ୍ଦ୍ର ସେଠୀ ଓ ଅସୀମ କୁମାର ପଣ୍ଡା,ପୁଲିସ ଜିଲ୍ଲାର ସମସ୍ତ ଏସଡିପିଓ, ଡିଏସପି ଓ ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.