ବ୍ରହ୍ମପୁର,୨୧/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିନରେ ଦୁଇ ଦିନିଆ ଘାସ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଈଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବ୍ରହ୍ମପୁର ଉପଖଣ୍ଡର ୬ଟି ବ୍ଲକର ୩୦ ଜଣ ଚାଷୀ ଯୋଗ ଦାନ କରି ଥିଲେ। ଏହି ଟ୍ରେନିଂରେ ଚାଷୀ ମାନଙ୍କୁ ଘାସ ଚାଷ କରି କିଭଳି ଭାବେ ଉନ୍ନତ ଗୋପାଳନ କରି ପାରିବେ ଏବଂ ଏହାର କିପରି ସଫଳତା ହାସଲ କରି ପାରିବେ ସେ ବିଷୟରେ ଚାଷୀ ମାନଙ୍କୁ ଟ୍ରେନିଙ୍ଗ ଦିଆ ଯାଇଥିଲା । ସବୁଜ ଘାସ ଚାଷ କରି ଅଧିକ କ୍ଷୀର ପାଇ ପାରିବେ ଏବଂ ଦାନା ର ଖର୍ଚ କମ ହେବ । ଏହି ଟ୍ରେନିଂ ମାଧ୍ୟମରେ ଚାଷୀ ମାନଙ୍କୁ ଘାସ ଆଚାର , ନଡା ଉପଚାର,ଆଯୋଲା ଚାଷ, ୟୁରିଆ ମାଧ୍ୟମରେ ପାଳର ଉପଚାର,ବାର ମାସିଆ ଘାସ ଚାଷ,ଋତୁ କାଳୀନ ଘାସ ଚାଷ ଇତ୍ୟାଦି ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ା.ଦେବରାଜ ବେହେରା , ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡ଼ା.ଅରବିନ୍ଦ ବେହେରା,ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ଦେବାନନ୍ଦ ପାତ୍ର , ଅତିରିକ୍ତ ଜ଼ିଲ୍ଲା ପ୍ରାଣୀ ଚିକିତ୍ସକ ଏ.ଡି.ଭି.ଓ ଡି.ସି ଡ଼ା. କେ.ସି ସାମନ୍ତରାୟ , ଏ.ଡି.ଭି.ଓ ଏଲ.ପି ଡ଼ା.ଶିବ କୁମାର ମହାନ୍ତି,ଭୀଷ୍ମଗିରି ପ୍ରାଣୀ ଚିକିତ୍ସକ ଡ଼ା.ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ା.ସୌମ୍ୟ ରଞ୍ଜନ ସାହୁ, ଘାସ ବିଭାଗ ଅଧିକାରୀ ବନମାଳୀ ନାୟକ ପ୍ରମୁଖ ଇତ୍ୟାଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )