ବ୍ଯକ୍ତିଗତ ଜାଗାରେ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ନେଇ ଅଭିଯୋଗ।

0 264

ତିର୍ତ୍ତୋଲ,୨୩/୧୨(ପିପିଟି); ତିର୍ତ୍ତୋଲ ବ୍ଲକର ତେନ୍ତୁଳିପଦା ଗ୍ରାମପଞ୍ଚାୟତରେ ବ୍ୟକ୍ତିଗତ ଜାଗାରେ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ନେଇ ଅଭିଯୋଗ । ମୁନିଗୋସାଇଁ ମଠ ସନ୍ନିକଟ ଏକ ରାସ୍ତା ନିର୍ମାଣରେ ସରକାରୀ ଅର୍ଥକୁ ବ୍ୟକ୍ତିଗତ ଜାଗାରେ ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ଜୀବନ ଜ୍ୟୋତି ମହାନ୍ତି । ସେ ତାଙ୍କ ଅଭିଯୋଗ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଇ-ମେଲ୍ ଯୋଗ ଜଗତସିଂହପୁର ଜିଲ୍ଲାପାଳ , ତିର୍ତ୍ତୋଲ ଵିଡିଓଙ୍କୁ ଵିସ୍ତୃତ ଭାବେ ଜଣାଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତିର୍ତ୍ତୋଲ ଵ୍ଲକ୍ ଯନ୍ତ୍ରୀ ଓ ସ୍ଥାନୀୟ ଠିକାଦାର ତରବରିଆ ଭାବେ ଏହି କାର୍ଯ୍ଯର ବିଲ୍ କରିବାକୁ ମସୁଧା କରୁଥିବା ବେଳେ ବିଡ଼ିଓ ଏହା ଉପରେ ଦୃଷ୍ଟି ନ ଦେଵା ଅତ୍ୟନ୍ତ ନିନ୍ଦନୀୟ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅଭିଯୋଗକାରୀ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.