ବୋହୁ ନିର୍ଯ୍ୟାତନା ସହି ନ ପାରି ଶାଶୂର ଆତ୍ମହତ୍ୟା ଉଦ୍ୟମ ।

0 324

ଜଗତସିଂହପୁର,୦୮/୦୯(ପିପିଟି); ଆଜି ଅପରାହ୍ନ ୫ ଟା ସମୟରେରେ ଜଗତସିଂହପୁର ସହରର ହାଟ ବଡପୋଲ ଉପରୁ ଜଣେ ବୃଦ୍ଧମହିଳା ନାଳ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲାବେଳେ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଉଦ୍ଧାର ହେଲେ । ମହିଳା ଜଣକ ନାଳ ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ନାଳ ମଧ୍ୟକୁ ଡେଇଁ ୩୦୦ ମିଟର ଦୂର ପର୍ଯ୍ୟନ୍ତ ବୁଡି ଭାସି ଯାଉଥିଲା କିନ୍ତୁ ଭାଗ୍ୟ ବଶତଃ ସ୍ଥାନୀୟ ଅଞ୍ଚଳର ଲିପକ ଦାସ ନାମକ ଏକ ଯୁବକ ନାଳ ମଧ୍ୟକୁ ଡେଇଁ ବୃଦ୍ଧ ମହିଳା ଜଣଙ୍କୁ ଉଦ୍ଧାର କରିଥିଲା ଏବଂ ୧୦୮ ଆମ୍ବୁଲାସ୍ନ ଯୋଗେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଯାଇଥିଲା । ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ ଉକ୍ତ ବୃଦ୍ଧ ମହିଳା ଜଣଙ୍କ ତାଙ୍କ ନିଜର ଏକମାତ୍ର ବୋହୂର ନିର୍ଯ୍ୟାତନା ବହୁ ଦିନ ହେଲା ସହି ଆସୁଥିଲେ କିନ୍ତୁ ତାହା ଯେତେବେଳେ ଚରମ ସୀମାରେ ପହଂଚିଲା ଶେଷକୁ ଉକ୍ତ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଲେ । ଉକ୍ତ ମହିଳା ଜଣଙ୍କ ଆଳିପିଙ୍ଗଳ ଅଞ୍ଚଳର ଅଢଙ୍ଗ ଗ୍ରାମର ରେବତୀ ବେହେରା ବୋଲି ଜଣାପଡିଛି । ରିପୋର୍ଟ – ପ୍ରତାପ କୁମାର ସିଂହ ।

Leave A Reply

Your email address will not be published.