ବୋଲଗଡ଼ର ଯୁବକ ମାନେ ପାଳିଲେ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ।

0 259

ବୋଲଗଡ଼,୧୬/୦୮(ପିପିଟି); ଭାରତ ବର୍ଷରେ ୭୫ତମ ସ୍ବାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳିତ ହେଉଥିବା ବେଳେ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଅଗଣିତ ମାତ୍ରୁଭକ୍ତ ଶ୍ରୀଅରବିନ୍ଦ ପାଠଚକ୍ର ର ସଭ୍ଯ ମାନଙ୍କ ଉଦ୍ଦେଶ୍ଯରେ ଶ୍ରୀଅରବିନ୍ଦ ଙ୍କ ୧୫୦ତମ ଜନ୍ମ ଜୟନ୍ତୀର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ବୋଲଗଡ଼ ଶ୍ରୀଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ରର ସଦସ୍ଯ ମାନେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ ପାଳନ କରିଲେ ମହାଯୋଗୀଙ୍କ ଜନ୍ମ ଜୟନ୍ତୀ। ବୋଲଗଡ଼ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଓ ବୋଲଗଡ଼ ତହସିଲଦାର ସନ୍ତୋଷୀନୀ ଦାସ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଫଟୋ ବିଗ୍ରହ ରେ ଧୂପ, ପୁଷ୍ପ ମାଲ୍ୟ, ପ୍ରଦାନ କରି କ୍ରୁତଞତା ପ୍ରକାଶ କରିଥିଲେ। ମହାନ୍ ବିପ୍ଲବୀ, ମହାନ୍ ଦାର୍ଶନିକ, ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବୋଲଗଡ଼ ଅଞ୍ଚଳରେ ଶ୍ରୀଅରବିନ୍ଦ ପାଠଚକ୍ର ଆନ୍ଦୋଳନର ପ୍ରଚାର ପ୍ରସାର କ୍ଷେତ୍ରରେ ସକ୍ରିୟ ଭାବେ ଯୁବକ ମାନେ ଅଂଶ ଗ୍ରହଣ କରିବେ ବୋଲି ସଂକଳ୍ପ ନେଇଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.