ବୋଲଗଡରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 307

ବୋଲଗଡ଼,୨୬/୧୦(ପିପିଟି): କୁନିକୁନି ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ଭଳି ସୁରଭି ବା ଶିଶୁ ମହୋତ୍ସବ ବ୍ଲକ ସ୍ତରୀୟ ସ୍ଥାନୀୟ ବାମନ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକର ୧୯ ଗୋଟି ପଞ୍ଚାୟତର ୧୪ଟି କ୍ଲଷ୍ଟର କରାଯାଇଛି ।ବୋଲଗଡ ନୂଆ ସାହି ,ଭୀମପଡ଼ା , କଳାଙ୍ଗ ,ଅରଖ ପଲ୍ଲୀ,ଡାବରଧୁଆ, ବାଙ୍କୋଇ ଦେଶ,ଶଙ୍କର ପୁର, ଗେଡିଆ ପଲ୍ଲୀ,ମାଣିବନ୍ଧ,ପିଚୂକୁଳି, ସାନପଦର,ଦେଉଳି, କଡବ, ସାଗରଗାଁ ପ୍ରଭୁତି କ୍ଲଷ୍ଟର ମାନଙ୍କରୁ ୩୦୧ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେଥିପାଇଁ ୧୭୮ଜଣ ଗାଇଡ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ୧୫୦ଅଭିଭାବକ ଯୋଗଦେଇଥିଲେ । ଏହି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଦସ୍ୟା ସୁନନ୍ଦିତା ସାହୁ ଉଦ୍‌ଘାଟନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର ସଭାପତିତ୍ବରେ ,ବୋଲଗଡ ସରପଞ୍ଚ ଗୀତାଞ୍ଜଳି ସାହୁ ,ସମିତି ସଦସ୍ୟା ନିର୍ମଳା ପ୍ରଧାନ ,ପ୍ରଧାନ ଶିକ୍ଷକ ମାଗୁଣି ଚରଣ ପ୍ରଧାନ, ମଣ୍ଡଳ ସାଧନା କେନ୍ଦ୍ର ସଂଯୋଜକ ପଦ୍ମ ଚରଣ ବେହେରା, ସହ ଗୋଷ୍ଟି ଶିକ୍ଷା ଅଧିକାରୀ ସିଦ୍ଧେଶ୍ୱର ସାହୁ ଅତିଥି ଭାବେ ଯୋଗଦେଇଥିଲେ ।ସେହିପରି ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଶିଶୁ ମାନେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କର ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ରେ ରାଜ୍ୟ ଓ ଦେଶ ସ୍ତରରେ ନିଜର କୃତି ପ୍ରତିଭାକୁ ପ୍ରତିପାଦିତ କରିପାରିବେ ବୋଲି ଅଭିଭାଷଣରେ କହିଥିଲେ । ସମ୍ବର୍ଦ୍ଧିତ ସଭାରେ ଗୋଷ୍ଠି ଶିକ୍ଷା ଅଧିକାରୀ ଡକ୍ଟର ନିରଞ୍ଜନ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ,ଗୋଷ୍ଠି ଉନ୍ନୟନ ଅଧିକାରୀ ଧୋବେଇ ନାୟକ, ତହସିଲଦାର ସନ୍ତୋଷିନି ଦାସ, ସହଗୋଷ୍ଠି ଶିକ୍ଷା ଅଧିକାରୀ ଭିକାରୀ ପୃଷ୍ଟି ,ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ପ୍ରମୁଖ ଶେଷରେ ଅତିଥିମାନେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଟ୍ରଫି ପ୍ରଦାନକରି ପୁରସ୍କୃତ କରିଥିଲେ। ସେଥିମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀ ମାନଙ୍କୁ ଜିଲ୍ଲା ସ୍ତରୀୟ ସୁରଭି ପାଇଁ ମନୋନୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଧନ କର୍ମୀ ପ୍ରଫୁଲ୍ଲ କୁମାର ସିଂହ ମଞ୍ଚ ପରିଚାଳନା କରିଥିଲେ। ଏହି ବ୍ଲକ୍ ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି ପ୍ରତିଯୋଗୀତାରେ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଭିଭିନ୍ନ ବିଭାଗ ତଥା ଡ୍ରଇଁ, ସୃତଲିଖନ,କୁଇଜ,ବିତର୍କ, ପ୍ରବନ୍ଧ ଲିଖନ,ସୃଜନଶୀଳଲିଖନ, ବକ୍ତୃତା,ସଂଗୀତ,ହସ୍ତାକ୍ଷର, ଆଦି ବିଭାଗରେ ଭାଗ ନେଇଥିଲେ । କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.