ବୋଡ଼ା ନଦୀରୁ ମୃତ ଶିଶୁକନ୍ୟା ଉଦ୍ଧାର ।

0 263

ଭଞ୍ଜନଗର,୨୨/୦୨(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡି ଗ୍ରାମ ନିକଟ ବୋଡା ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଆଜି ସକାଳେ ନଦୀକୁ କିଛି ଲୋକ ଗାଧେଇବାକୁ ଯାଇଥିବା ବେଳେ ସେଠାରେ ସଦ୍ୟଜାତ ଏକ ଶିଶୁ କନ୍ୟା ପଡିଥିବା ଦେଖି ତା ନିକଟକୁ ଯାଇଥିଲେ।ହେଲେ ସେତେବେଳକୁ ତାର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଜନ୍ମ ପରେ କେହି ଉକ୍ତ ଶିଶୁ କନ୍ୟାକୁ ଏଠାରେ ଫୋପାଡ଼ି ଚାଲି ଯାଇଥିବା ଅନୁମାନ କରାଯାଉଛି। କିଏ କେଉଁ କାରଣରୁ ଏଠାରେ ସେହି ଶିଶୁଟିକୁ ଫୋପାଡ଼ିଛି ତାହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁତଦେହ ଉଦ୍ଧାର କରି ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.