ବେଲଗୁଣ୍ଠା,୨୧/୦୧(ପିପିଟି):ବେଲଗୁଣ୍ଠା ମହିଳା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ସଭାପତିତ୍ବ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ଉଦ୍ଘାଟିତ ହୋଇଯାଇଛି । ୮ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଶେଷ ଦିନ ରେ ମୁଖ୍ୟ ଅତିଥ ଭାବେ ସିଡପିଓ ଗାୟତ୍ରୀ ମିଶ୍ର ଯୋଗ ଦେଇ ଦିପ ପ୍ରଜ୍ବଳନ କରି ଆଜି ନାରୀ ଅସୁରକ୍ଷିତ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ । ସମ୍ମାନିତ ଅତିଥି ଭାବେ ସୁପର ଭାଇଯର ବିଜୟ ଲକ୍ଷ୍ମୀ ଗୌଡ଼ ଯୋଗ ଦେଇ ନାରୀ ଆଜି ବାହାରେ ସ୍ଵାଧୀନତା ରେ ବୁଲିବାକୁ ହେଲେ ଏହି ପ୍ରକାର ତାଲିମ ନେବା ଉଚିତ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ଆଜିର ନାରୀ ଆଚରଣରେ ଶୁଦ୍ଧି ଏବଂ ପୋଷାକ ପିନ୍ଧିବା ରେ ବିଦ୍ଧି ରଖିଲେ ଆଗମୀ ଦିନ ରେ ଏକ ସୁସ୍ଥ ସମାଜ ଗଠନ କରି ପାରିବେ ବୋଲି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ଚାଲିଥିବା ଅବସରରେ ଜିଲ୍ଲା ସଂଯୋଜକ ଡକ୍ଟର ଅମୃତ୍ କୁମାର ସେଠୀ ପରିଦର୍ଶନ କରି ମହାବିଦ୍ୟାଳୟର ଏବଂ ଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ। ଏହି ତାଲିମ ଶିବିର ରେ ମାଷ୍ଟର ଟ୍ରେନର ରିନା ଖଟାଇ ଏବଂ ଇତିଶ୍ରୀ ସ୍ୱାଇଁ ଛାତ୍ରୀ ମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷା ବହୁ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର କର୍ମକର୍ତ୍ତା ଗୀତାଞ୍ଜଳୀ ଗୁରୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସଙ୍ଗୀତା ବିନ୍ଧାଣୀରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ଯ୍ୟକ୍ରମର ସଂଯୋଜିକା ଗିତାଶ୍ରୀ ସାମନ୍ତ ଆରମ୍ଭରୁ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇଥିବା ଯୋଗୁଁ ମହାବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଜ୍ଞାପନ କରା ଯାଇଥିଲା।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )