ବେଲଗୁଣ୍ଠାର ଛଅ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ମନିଟରିଂ ଟିମ୍ ।

0 255

ବେଲଗୁଣ୍ଠା,୨୨/୦୨(ପିପିଟି): କୋଭିଡ କଟକଣା ପରେ ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ସମସ୍ତ ଉପର ଶ୍ରେଣୀରେ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି । ଏହି ପ୍ରରିପ୍ରେକ୍ଷୀ ଗଞ୍ଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାଦାନ ସ୍ଥିତି ଜାଣିବା ପାଇଁ ମନିଟରିଂ ଆରମ୍ଭ କରାଯାଇଛି । ଆଜି ଜିଲ୍ଳା ସ୍ତରୀୟ ଏକ ଦୁଇଜଣିଆ ମନିଟରିଂ ଟିମ୍ ଆସି ବେଲଗୁଣ୍ଠା ବ୍ଲକ୍ ର ଛଅଟି ବିଦ୍ୟାଳୟ ମନିଟରିଂ କରିଛନ୍ତି । ଆଜି ଗଞ୍ଜାମ ଜିଲ୍ଳା ପେଡାଗୋଜି କୋର୍ଡିନେଟର୍ ସନ୍ତୋଷ କୁମାର ପଣ୍ଡା ଏବଂ ପ୍ଲାନିଂ କୋର୍ଡିନେଟର୍ ସାବିତ୍ରୀବାଳା ଦାସଙ୍କୁ ନେଇ ଗଠିତ ଜିଲ୍ଳା ସ୍ତରୀୟ ଟିମ୍ ପ୍ରଥମେ ଗାଙ୍ଗପୁର କ୍ଲଷ୍ଟର୍ ରେ ପହଞ୍ଚି କ୍ଲଷ୍ଟର୍ ର ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବିଞ୍ଝଗିରୀର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମନିଟରିଂ କରିଥିଲେ । ମନିଟରିଂ ସମୟରେ ମନିଟରିଂ ଟିମ୍ ବିଦ୍ୟାଳୟ ଗୁଡିକର ପରିବେଶ, ଶୌଚାଳୟ ପ୍ରଭୃତି ବୁଲି ଦେଖିବା ସହ ବିଦ୍ୟାଳୟରେ କୋଭିଡ ମାର୍ଗଦର୍ଶିକା ଅନୁପାଳନ, ଏଫ୍.ଏଲ୍. ଏନ୍ ଶିକ୍ଷା, ଉଜ୍ଜ୍ୱଳ, ଉତ୍ଥାନ, ଅନ୍ ଲାଇନ୍ ଶିକ୍ଷା, ଲେସନ୍ ନୋଟ୍, ଲେସନ୍ ଡ଼ାଏରୀ, ଆଦି ଯାଞ୍ଚ୍ କରିଥିଲେ । ମନିଟରିଂ ସମୟରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ଗାଙ୍ଗପୁର ସିଆରସିସି କାର୍ତ୍ତିକେୟ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ପରେ ଏହି ଟିମ୍ ବ୍ଳକ୍ ର କୁଶପଲ୍ଲୀ,ବଲାଡ଼ି,କେବିରି ବ୍ରହ୍ମପୁର, ସୁତୁମୁସର ବିଦ୍ୟାଳୟ ପ୍ରଭୃତି ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବଡ଼ପଡ଼ା ସିଆରସିସି ନୀଳକଣ୍ଠ ନନ୍ଦ,ପାଟୁଳିସାହି ସିଆରସିସି ପବିତ୍ର ମୋହନ ଶତପଥୀ ଏବଂ ଉଢୁରା ସିଆରସିସି ଶଙ୍କର ନାରାୟଣ ସେଠୀ ପ୍ରମୁଖ ନିଜ ନିଜ କ୍ଲଷ୍ଟର୍ ରେ ମନିଟରିଂ ଟିମ୍ ସହିତ ବିଦ୍ୟାଳୟରେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.