ବେଲଗୁଣ୍ଠା,୨୪/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗ୍ରାମରେ ଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିରରେ ଜନ୍ମ ଦିନ ପାଳନ କରାଯାଇଛି ଏହି ଅବସରରେ ସମସ୍ତ ସତ୍ୟ ସାଇବାବା ଭକ୍ତ ମାନେ ଉପସ୍ଥିତ ରହି ପ୍ରଥମେ ସାଇବାବାଙ୍କ ହୋମ ସହ ଭଜନ ସଂକୀର୍ତ୍ତନ ଗାୟନ କରିଥିଲେ ଏଥିରେ ସତ୍ୟ ସାଇ ସେବା ସମିତିର ସଂଯୋଜକ ଡାକ୍ତର ବିଷ୍ଣୁପାଢ଼ୀ ପ୍ରତ୍ୟକ୍ଷ ତତ୍ବାବଧାନରେ ଭୋର ରୁ ନଗର ସଙ୍କୀର୍ତ୍ତନ ପରେ ମନ୍ଦିର ପରିସରରେ ପ୍ରଶାନ୍ତି ପତାକା ଉତ୍ତୋଳନ, ହୋମ, ସୋଢ଼ଶ ଉପଚାର ପୂଜା,ନାରାୟଣ ସେବା ଏବଂ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଥିଲା ସେହିପରି ସଂଧ୍ୟା ବେଳେ ସାମୂହିକ ଭଜନ ପରେ ବାବାଙ୍କୁ ଝୁଲା ରେ ବସାଇ ସେବକ ମାନେ ଝୁଲାଇ ବିଭୋର ହେବାର ଦେଖିବାକୁ ମିଳିଥିଲା ଏଥିରେ ବହୁ ଭକ୍ତ ଉପସ୍ଥିତ ରହି ଅତି ଆନନ୍ଦରେ ପ୍ରଭୁ କୃପା ଗ୍ରହଣ କରିଥିଲେ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )