କୋଦଳା,୨୧/୦୫(ପିପିଟି): ବୁଧବାର ବେଗୁନିଆପଡା ଗସ୍ତ କରି ବ୍ଲକପରିସର ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଥାନା ପରିଦର୍ଶନ କରିଛନ୍ତି ଆସ୍କା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ।
ବ୍ଲକ ସଭାଗୃହ ଠାରେ ପହଞ୍ଚିବା ପରେ ପ୍ରଶାସନ ତରଫରୁ ସାଂସଦଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯିବା ପରେ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ସାଂସଦ ।ଦଳମତ ନିର୍ବିଶେଷ ରେ ସାଧାରଣ ଜନତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ତ କାର୍ଯ୍ୟ ଯେପରି ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମୟ ରେ ସେଠାରେ ଉପସ୍ଥିତ ଜନତାଙ୍କ ଅଭିଯୋଗ ଶୁଣି ସେଗୁଡିକୁ ସମାଧାନ କରିଥିଲେ । ପରେ ପରେ ସେଠାରୁ ଥାନା ପରିଦର୍ଶନରେ ଯାଇ ଥାନା ଅଧିକାରୀଙ୍କ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଅଞ୍ଚଳରେ ବେଆଇନ ଚୋରାମଦ କାରବାର ରୋକିବା ସହିତ କୌଣସି ରାଜ ନେତାଙ୍କ ହସ୍ତକ୍ଷେପ ନ ଶୁଣି ଦଳମତ ନିର୍ବିଶେଷ ରେ ଲୋକଙ୍କ ଏତଲା ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ସାଂସଦ । ସାଂସଦଙ୍କ ଏହି ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟଧନ ଗୌଡ଼,ବରିଷ୍ଠ ବିଜେପି ନେତା ଚିତ୍ରସେନ ପରିଡା, ରବୀନ୍ଦ୍ର ମହାନ୍ତି, ବାଲାଜୀ ଜେନା, ସାଂସଦ ପ୍ରତିନିଧି ଆଲୋକ ଶତପଥୀ,ନାରାୟଣ ସୁମନ୍ତରାୟ,ବିଭୁତି ପାଣ୍ଡି,ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)