ବେଗୁନିଆପଡା ବ୍ଲକରେ କୃଷିରଥର ଶୁଭାରମ୍ଭ ।

0 247

କୋଦଳା,୩୧/୧୦(ପିପିଟି): ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ କୃଷିରଥର ଶୁଭାରମ୍ଭ କରାଯାଇଛି । ଏହାକୁ ଅଧ୍ୟ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏବିଡ଼ିଓ ନିରଞ୍ଜନ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ବେଗୁନିଆପଡା ବ୍ଲକର ସମସ୍ତ ପଞ୍ଚାୟତରେ ଭ୍ରମଣ କରି ନୂତନ ଜ୍ଞାନ କୌଶଳ ଓ ନୂତନ ଯନ୍ତ୍ରପାତି ର ବ୍ୟବହାର,ସରକାରଙ୍କ ବିଭିନ୍ନ କୃଷି ଯୋଜନା ଉପରେ ସଚେତନତା କରାଇବ । ଏଥିରେ କୃଷି ଅଧିକାରୀ ରାମ ଲାଲ ସାମଦ, ଉଦ୍ୟାନ ବିଭାଗ ଅଧିକାରୀ ସୁଭାଶିଷ ପାତ୍ର,ସମାଜ ସେବି ବିଜୟ ପ୍ରଧାନଙ୍କ ସମେତ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.