ବେଗୁନିଆପଡା ବିଜେଡି ସଭାପତି ହେଲେ ସୀମାଞ୍ଚଳ ସାମଲ ।

0 222

କୋଦଳା,୨୩/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବିଜୁ ଜନତା ଦଳର ନୂତନ ବ୍ଲକ ସଭାପତି ନାମ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲା ସଭାପତି ଡା.ରମେଶ ଚ୍ଯାଉ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବେଗୁନିଆପଡ଼ା ବ୍ଳକ ସଭାପତି ଭାବେ ସୀମାଞ୍ଚଳ ସାମଲଙ୍କୁ ଏହି ପଦବୀ ମିଳିଛ। ସୀମାଞ୍ଚଳ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ମର୍ଦ୍ଦକୋଟ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ କରିବା ସହିତ ଆତ୍ମାର ଅଧ୍ଯକ୍ଷ ଭାବେ ମଧ୍ୟ ତାଙ୍କୁ ଦାୟିତ୍ବ ମିଳିଥିଲା । ଏହା ପୂର୍ବରୁ ବିଜୟ କୁମାର ଦୋରା ବେଗୁନିଆପଡ଼ା ବ୍ଳକ ସଭାପତି ଭାବେ ପ୍ରାୟ ୧୦ ବର୍ଷ ଧରି ରହି ଆସିଥିବା ବେଳେ ବହୁଦିନ ଧରି ବ୍ଲକ ସଭାପତି ପଦବୀ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି। ସୀମାଞ୍ଚଳ ବ୍ଲକ ସଭାପତି ଭାବେ ଘୋଷଣା ହେବା ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟିକା ଲତିକା ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ବିଜୁ ପ୍ରେମୀଙ୍କ ସହିତ ସମନ୍ଵୟ ରକ୍ଷାକରି କାର୍ଯ୍ୟକରିବି ବୋଲି କହିଥିଲେ । ସଭାପତି ନିଯୁକ୍ତି ହେବାପରେ ପଞ୍ଚାୟତ ପ୍ରତିନିଧି ମାନେ ଖୁସିବ୍ୟକ୍ତ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.