ବେକରେ ରସି ଲଗାଇ ମହିଳାଙ୍କ ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ , ପୁଲିସର ତଦନ୍ତ ଜାରି ।

0 357

ଭଞ୍ଜନଗର,୨୧/୦୧(ପିପିଟି);ଭଞ୍ଜନଗର ଥାନା ଅଧିନ ମୁଜାଗଡ଼ ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଲେ ମୁଜାଗଡ଼ ବାସିନ୍ଦା ଗଣେଶ ନାଇକଙ୍କ ପତ୍ନୀ ଖୁସି ସାହୁ (୨୦)।ସୂଚନା ପ୍ରକାରେ ଖୁସି ଗତ କିଛି ଦିନ ତଳେ ଗଣେଶ ଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଆଜି ସକାଳ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଖୁସି ଘରର ଠାକୁର ଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଖୁସି ପ୍ରେମ ବିବାହ କରିଥିବାରୁଖବର ପାଇ ନିଜ ବାପା ଘର ଲୋକ ଆସିନଥିବା ବେଳେ ଶବଟି ଗ୍ରାମରେ ୪ରୁ୫ ଘଣ୍ଟା ପଡିରହିଥିଲା। ସନ୍ଧ୍ୟା ସମୟରେ ଗ୍ରାମରେ ଉତେଜନା ପ୍ରକାଶ ପାଇବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ବଡ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.