ଆସ୍କା,୧୩/୦୯(ପିପିଟି) ଗଞ୍ଜାମ ଜିଲ୍ଲାରେ ବେଆଇନ୍ ବାଲି ଚାଲାଣ ଯୋଗୁଁ ବିଭିନ୍ନ ସମୟରେ ବିବାଦ ଓ ଅଭିଯୋଗ ଉଠୁଥିବା ଦେଖିବାକୁ ମିଳୁଛି । ଆସ୍କା ଥାନା ଅଞ୍ଚଳରେ ବେଆଇନ୍ ବାଲି ଚାଲାଣ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।ଶନିବାର ଦିନ ଗବାନାଳ ଗାଁ ବଡ ନଦୀ ନିକଟରୁ ବେଆଇନ୍ ବାଲି ଚାଲାଣ ବେଳେ ଆସ୍କା ପୁଲିସ ଚଢାଉ କରି ୭ ଟ୍ରାକ୍ଟର ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି । ଆସ୍କା ଥାନା କେଶ ନମ୍ବର 458 Dtd.12/09/20 U/S 399/420/34 IPC/12 Of Odisha Minerals Act ମାମଲା ରୁଜୁ ହୋଇଛି । ଜବତ ୭ ଟ୍ରାକ୍ଟର ମଧ୍ୟରୁ ୩ ଟି ନମ୍ବର ବିହୀନ ଥିବା ବେଳେ ଗୋଟିଏ ଟ୍ରଲି ର ମଧ୍ୟ ରେଜିଷ୍ଟ୍ରେସନ ନମ୍ବର ନଥିବା ଜଣାପଡିଛି । ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।