ବୁଗୁଡା,୨୬/୧୨(ପିପିଟି):ବୁଗୁଡା ବସଷ୍ଟାଣ୍ଡ ଠାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ଗୋଳାବନ୍ଧ ପଞ୍ଚାୟତ ବେତାରସିଙ୍ଗି ଗ୍ରାମର ଧନୁର୍ଦ୍ଧର ବେହେରା,ତୁଳସୀ ବେହେରାଙ୍କ ନେତୃତ୍ୱରେ ୧୫୦ ବିଜେପି ପରିବାର ଓ ସଙ୍କୁରୁ ପଞ୍ଚାୟତ କାନକୁଟୁରୁ ଗ୍ରାମର ବିଷ୍ଣୁ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୫୦ ବିଜେପି ପରିବାର ମୋଟ ୨୦୦ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।