ବୀରମହାରାଜପୁର ବ୍ଲକରେ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗ୍ରହଣ ସମାପ୍ତ ; ୮୬.୫୧ ପ୍ରତିଶତ ମତଦାନ ।

0 233

ଉଲୁଣ୍ଡା,୨୨/୦୨(ପିପିଟି): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ପରିପ୍ରେକ୍ଷୀରେ ଆଜି ବୀରମହାରାଜପୁର ବ୍ଲକରେ ୮୬.୫୧ ପ୍ରତିଶତ ଭୋଟ ଗ୍ରହଣ ସହ ଶାନ୍ତିପୂର୍ଣ୍ଣ ମତଦାନ ସମାପ୍ତ ହୋଇଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତିର ଖବର ଆମର ହସ୍ତଗତ ହୋଇନାହିଁ ।ଭୋଟର ମାନେ ବେଶ ଉସାହର ସହିତ ମତଦାନ କରିଥିବାବେଳେ ବିଶେଷ୍ କରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସୁଥିବ ଯୁବ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।ବ୍ଲକ ରେ ସମୁଦାୟ ୨୪୯ ଟି ମତଦାନ କେନ୍ଦ୍ରରେ ଭୋଟର ମାନେ ସେମାନଙ୍କ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ମାନଙ୍କର ଭାଗ୍ୟ ଭୋଟ ବାକ୍ସ ଭିତରେ ସିଲ କରିଦେଇଛନ୍ତି । ସମଗ୍ର ବ୍ଲକକୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପନ୍ନ ହୋଇଛି । ଯଦିଓ ଏହି ବ୍ଲକ ରେ କିଛି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା କିନ୍ତୁ କୌଣସି ସ୍ଥାନରେ ବିଶେଷ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସ୍ଥାନୀୟ ଚକାବର ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ପିଙ୍କ ବୁଥ ପରିଦର୍ଶନ ସହିତ ମୃର୍ଷୁଣ୍ଢୀ ଏବଂ ସୁବଳୟା ଅଞ୍ଚଳ ଗସ୍ତ କରି ଅବାଧ ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରି ଥିଲେ । ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଭୋଟର ମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏଁ ଭୋଟ ଦେଇଥିଲେ । ସମଗ୍ର ବ୍ଲକରେ ଉତ୍ସାହଜନକ ଭାବରେ ଭୋଟର ମାନେ ମତଦାନ କରିଛନ୍ତି । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଟିଠିପାଲି ସମେତ ବିଭିନ୍ନ ସମ୍ବେଦନଶୀଳ ବୁଥ ପରିକ୍ରମା କରି ସ୍ଥିତିର ଅନୁଧ୍ୟାନ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.