ବିଷ ପାନକରି ଛାତ୍ରୀଙ୍କ ଆତ୍ମହତ୍ଯା ।

0 206

ମାଲକାନଗିରି,୧୨/୦୨(ପିପିଟି): ମାଲକାନଗିରି ସଦର ମହତୁମା ସତୀଗୁଡା ସେବାଶ୍ରମରେ ଦଶମ ଶ୍ରେଣୀରେ ଅଧ୍ଯୟନ ରତ ଜଣେ ଛାତ୍ରୀ କୀଟନାଶକ ଔଷଧ ସେବନ କରି ଆତ୍ମହତ୍ଯା କରିଥିବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ଯ ଖେଳି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଭୀମାରାଙ୍ଗେଣି ଗ୍ରାମର ମହେନ୍ଦ୍ର ରାୟଙ୍କ ଝିଅ ଆନି ରାୟ ସତୀଗୁଡା ସେବାଶ୍ରମରେ ଦଶମ ଶ୍ରେଣୀରେ ଅଧ୍ଯୟନ କରୁଥିବା ବେଳେ କରୋନା ପାଇଁ ସ୍କୁଲ ବନ୍ଦ ରହିବା ଯୋଗୁଁ ଦୀର୍ଘ ଦିନ ହେଲା ନିଜ ଗ୍ରାମରେ ରହୁଥିଲା । ବର୍ତ୍ତମାନ ସ୍କୁଲ ଖୋଲିବାରୁ ବାପା ମା’ ସ୍କୁଲ ଯିବା ପାଇଁ କହିଥିଲେ । ତେବେ ଆନି ସ୍କୁଲକୁ ଯାଇ ପାଠ ପଢିବା ଲାଗି ଇଛା ପ୍ରକାଶ ନକରିବା ଫଳରେ ଘରେ ପାଠ ପଢାତୁ ନେଇ ପାଟି ତୁଣ୍ଡ ହୋଇଥିଲା । ଫଳରେ ଆନି ଗତ ରାତିରେ କ୍ରୋଧାନ୍ବିତ ହୋଇ ଘରେ ରଖା ଯାଇଥିବା କୀଟନାଶକ ଔଷଧକୁ ପାନ କରି ଦେଇଥିଲା । ପରିବାର ଲୋକ ଜାଣିଲା ପରେ ମାଲକାନଗିରି ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ଯ କେନ୍ଦ୍ରକୁ ତୁରନ୍ତ ଆଣି ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ ।
ଡାକ୍ତରମାନଙ୍କ ପ୍ରଚେଷ୍ଠା ସତ୍ବେ ଆଜି ସକାଳେ ଛାତ୍ରୀ ଜଣଙ୍କର ଦେହାନ୍ତ ହୋଇଛି । ଏ ସଂପର୍କରେ ମାଲକାନଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କ ମୃତ ଦେହକୁ ହସ୍ତାନ୍ତର କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.