ବିରମହାରାଜପୁର କପ ହକି ଟୁର୍ଣ୍ଣାମେଣ୍ଟ :ସିଣ୍ଢୋଲ ଚାମ୍ପିୟାନ ।

0 246

ଉଲୁଣ୍ଡା,୨୨/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରଥମ ଏକ ଦିବସୀୟ ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଗିନ୍ଦିଲାମାଲକୁ ହରାଇ ସିଣ୍ଢୋଲ ଚାମ୍ପିୟନ ହୋଇଛି ।ଉଦଘାଟନୀ ଉତ୍ସବରେ ବୀରମହାରାଜପୁର ରାଜସ୍ବ ଅଧିକାରୀ ଅଜିତ କୁମାର ମିର୍ଦ୍ଧା ମୁଖ୍ୟ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିରେ ମୋଟ ଛଅଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଉଦଘାଟନୀ ମ୍ୟାଚ ଗିନ୍ଦିଲାମାଲ ଓ ଜଉଁରାଭଉଁରା ମଧ୍ୟରେ ହୋଇଥିଲା । ଏଥିରେ ଗିନ୍ଦିଲାମାଲ ୧-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚ ଏସ୍.ପତ୍ରାପାଲି ଓ ସିଣ୍ଢୋଲ ମଧ୍ୟରେ ଖେଳାଯାଇଥିଲା । ନିର୍ଦ୍ଧାରିତ ସମୟରେ ଗୋଲ ଶୂନ୍ୟ ରହିବାରୁ ଟ୍ରାଇବ୍ରେକର ଯୋଗେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା । ତୃତୀତ ମ୍ୟାଚ ଗୋବିନ୍ଦପୁର ଓ ସରଧାପାଲି ମଧ୍ୟରେ ହୋଇଥିଲା । ଗୋବିନ୍ଦପୁର ୧-୦ ଗୋଲରେ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ସିଣ୍ଢୋଲ ଓ ଗୋବିନ୍ଦପୁର ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ଗୋବିନ୍ଦପୁର ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚଟି ସିଣ୍ଢୋଲ ଓ ଗିନ୍ଦିଲାମାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକର ସହାୟତା ନିଆଯାଇଥିବା ବେଳେ ଏଥିରେ ସିଣ୍ଢୋଲ ୩-୨ରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା ।ଶେଷରେ ପୀତାମ୍ବର ସାହୁଙ୍କ ସଂଯୋଜନା ଏବଂ ସତ୍ୟବାନ ପୁରୋହିତ ପୌରୋହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ମୁଖ୍ୟ ଅତିଥି ଏବଂ କ୍ରୀଡା ସଂଗଠକ ପ୍ରମୋଦ ପଧାନ, କ୍ରୀଡା ଅଧ୍ୟାପକ ନରେନ୍ଦ୍ର ଚାନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ଼ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ନୀଳକମଳ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସତ୍ୟବ୍ରତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କ୍ରୀଡା ସଙ୍ଗଠକ ପ୍ରମୋଦ ପ୍ରଧାନ ଓ ଯୁବ କ୍ରୀଡାବିତ ପ୍ରକାଶ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଗିନ୍ଦିଲାମାଲର ଗାବ୍ରିଏଲ ପୁଟ୍ଟିଙ୍କୁ ଶ୍ରେଷ୍ଠ ସ୍କୋରର ଏବଂ ସିଣ୍ଢୋଲର ଅଜୟ ଲୁଗୁନଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କୃତ କରାଯାଇଥିଲା । ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାଚ ଗୁଡିକରେ ସୁବାଶ ବାର୍ଲ୍ଲା, ଯୋଗଳ ଆଏନ୍ଦ ଓ ବୁଆସ ଗୁଡିଆ ରେଫରି ଏବଂ କିଶୋର ହୋତା ଓ ଜୁଶବ ଲାକ୍ରା ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସୁବର୍ଣ୍ଣପୁର ଜିଲ୍ଳା ବକ୍ସିଂ ଏସୋସିଏସନ ଓ ବଜରଙ୍ଗ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.