ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହ ଅଭିଯୁକ୍ତ ଗିରଫ ।

0 385

ଭଞ୍ଜନଗର,୦୮/୧୨(ପିପିଟି) : ମୋପେଡ ଗାଡିରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନେଇ ଯାଉଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ୧୨ ଲିଟର ରୁ ଉର୍ଦ୍ଧ୍ବ ମଦ ଜବତ କରିଛି । ତାରାସିଙ୍ଗି ଥାନା ଅଧୀନ ଗାୟାଗଣ୍ଡା ଗ୍ରାମର ଶିବ ଶଙ୍କର ସାହୁ ନିଜ ମୋପେଡ ଗାଡିରେ ବିଦେଶୀ ମଦ ଧରି ଗାୟାଗଣ୍ଡା ଆସୁଥିବା ବେଳେ ପୋଲିସ ଖବର ପାଇ ବାରଦଣ୍ଡା ରାସ୍ତାରେ ଶିବ ଶଙ୍କରକୁ ଅଟକ ରଖି ତଲାସୀ ନେଇଥିଲା। ତା ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୨ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ ହୋଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ତାରାସିଙ୍ଗି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.