ବୋଲଗଡ଼,୧୫/୦୭(ପିପିଟି) :ବୋଲଗଡ଼ ଅଞ୍ଚଳର ବିଭିନ୍ନ ଗ୍ରାମରେ କୁନି କୁନି ପିଲାମାନଙ୍କ ଦ୍ୱାରା ସୋମବାର ଦିନ ପବିତ୍ର ବାହୁଡା଼ ଯାତ୍ରା ମହାଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିଛନ୍ତି । ପବିତ୍ର ବାହୁଡା଼ ଯାତ୍ରା ଅବସରରେ ପ୍ରାତଃ କାଳେ ମନ୍ଦିର ମୁଖ୍ୟ ବ୍ରାହ୍ମଣ ସେବକ ଓ ଅନ୍ୟ ସେବକମାନଙ୍କ ସହଯୋଗରେ ଚର୍ତୁଦ୍ଧା ବିଗ୍ରହ ମାନଙ୍କର ମଙ୍ଗଳ ଆଳତି ସହ ବିଭିର୍ଣ୍ଣ ନୀତି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ଦିନ ୧୨ଟା ସମୟରେ ସେବକ ମାନେ ପ୍ରାରମ୍ଭରେ ସୁଦର୍ଶନ ମହାରାଜ ପରେ ବଡ଼ ଠାକୁର ବଳଭଦ୍ର, ଭଗ୍ନୀ ସୁଭଦ୍ରା ଓ ଶେଷରେ ବିଶ୍ୱ କୋଟି ବ୍ରହ୍ମାଣ୍ଡ ଠାକୁର ତଥା କାଳିଆ ସାଆଁନ୍ତ ଜଗନ୍ନାଥ ବିଗ୍ରହ ମାନଙ୍କୁ ସେବକ ମାନେ ଧାଡି ପହୁଣ୍ଡିରେ କୁନି ରଥରେ ରଥାରୂଢ଼ କରାଇଥିଲେ। ପରେ ଗ୍ରାମର କୁନି କୁନି ବାଳକ ମାନେ ରଥରେ ଛେରାପହଁରା କରିଥିଲେ।ଅପରାହ୍ନରେ ବିଗ୍ରହ ମାନଙ୍କର ପବିତ୍ର ବାହୁଡା଼ ଯାତ୍ରା ଆରମ୍ଭ କରାଯାଇ କୁନି କୁନି ଭକ୍ତ ମାନେ ଆନନ୍ଦର ସହିତ ରଥ ଟାଣିଥିଲେ।ରଥର କୁନି ଡାହୁକ ଙ୍କ ବୋଲି ବଚନୀକାର ତାଳେ ତାଳେ ପ୍ରତେକ ଗ୍ରାମରେ ଥିବା ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥ ଗଡି ଚାଲିଥିଲା। ଅପରାହ୍ନ ୩ଘଣ୍ଟିକା ସମୟରେ ରଥ ପହଁଚିବା ପରେ ସେବକ ଏବଂ ଗ୍ରାମବାସୀ ବୃନ୍ଦ ପ୍ରମୁଖ ବିଗ୍ରହ ମାନଙ୍କୁ ଗୋଟି ପହୁଣ୍ଡିରେ ମନ୍ଦିର ପରିସରରେ ମଧ୍ୟରେ ଥିବା ଜଗନ୍ନାଥ ଙ୍କ ମନ୍ଦିରକୁ ବିଜେ କରାଇଥିଲେ l କୁନି କୁନି ପିଲାମାନଙ୍କ ଦ୍ୱାରା ଏହି ପବିତ୍ର ବାହୁଡା଼ ଯାତ୍ରା ପାଳନ କରିଥିବାରୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏବଂ ଗ୍ରାମର ବୃଦ୍ଧିଜୀବି ମାନେ ବେଶ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)