ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଓ ଅଭିଯୋଗ ରେ ଜଣେ ଗିରଫ, କୋର୍ଟ ଚାଲାଣ ।

0 317

କୋଦଳା,୦୫/୧୧(ପିପିଟି): ଆଜି ଅପରାହ୍ନ ରେ କୋଦଳା ପୋଲିସ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଅପଡ଼ିଛି । ପୁଲିସର ସୂଚନା ପ୍ରକାରେ ପିତଳ ଗ୍ରାମର ଦଣ୍ଡପାଣି ମହାପାତ୍ର ୨୦୧୯ ମସିହାରେ ହିନ୍ଦୁ ବୈଦିକ ରୀତିରେ କୋଦଳା ଥାନା ଅନ୍ତର୍ଗତ ନାୟିକାଣୀ ପଲ୍ଲୀ ଗ୍ରାମର ଛଦ୍ମ ନାମ ସମିତା ମହାପାତ୍ରଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ କନ୍ୟାପିତା ଗ୍ରାମର ଗନ୍ତେଇ ସେଠୀ ର ପୁଅ ସିଲୁ ସେଠୀ ସମିତା ମହାପାତ୍ରଙ୍କ ସହିତ ମୋବାଇଲ ଚାଟିଙ୍ଗ କରି ସମ୍ପର୍କ ବଢ଼ାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । କିନ୍ତୁ କୌଣସି ପ୍ରକାରେ ସ୍ତ୍ରୀ ର ଏହି କାର୍ଯ୍ୟକୁ ସ୍ୱାମୀ ଦଣ୍ଡପାଣି ସହ୍ୟ କରିନପାରି ସ୍ତ୍ରୀ କୁ ନିଜ ବାପ ଘରକୁ ପଠାଇ ଦେଇଥିଲେ । ପୁଣି ଥରେ ଏହାର ସୁଯୋଗ ନେଇ ସିଲୁ ଉକ୍ତ ମହିଳା ସହିତ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଗତ ଅକ୍ଟୋବର ୨୫ ତାରିଖରେ ଚେନାଇ ଯାଇ ସେଠାରେ ପରିବାର କରି ରହିବା ବୋଲି ସିଲୁ ମିଛ ପ୍ରତିଶ୍ରୁତି ଦେଇ ବାଲୁଗାଁ ଷ୍ଟେସନରୁ ଟ୍ରେନ ଯୋଗେ ଚେନାଇ ପଳାଇଯାଇଥିଲେ । ସେଠାରେ କିଛିଦିନ ରହିବା ପରେ ମୋ ପରିବାର ରାଜି ଅଛନ୍ତି ଆମେ ଆମ ଘରକୁ ଯାଇ ରହିବା ବୋଲି କହି ନିଜ ଗ୍ରାମକୁ ଫେରିଥିଲେ ଏହି ଦୁଇ । ସିଲୁ ଘର ଲୋକେ ଉକ୍ତ ମହିଳାକୁ ଘରେ ପଶିବାକୁ ନ ଦେବାରୁ ସିଲୁ ଚାଲ ଆମେ ପୁଣି ଚେନାଇ ପଳାଇବା କହି କଞ୍ଚଣା ଛକ ପର୍ଯ୍ୟନ୍ତ ଆସି କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ସିଲୁ ସେଠାରୁ ଲୁଚି ପଳାଇଥିଲା ।ଉପାୟ ଶୁନ୍ୟ ଉକ୍ତ ମହିଳା କୋଦଳା ପୁଲିସ ଥାନାରେ ପହଞ୍ଚି ଏତଲା ଦେବାପରେ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱ ରେ ପୋଲିସ ଟିମ କାଞ୍ଚଣା ଛକରୁ ଆରୋପି ସିଲୁ ସେଠିକୁ ଗିରଫ କରି ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.