ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କୀୟ ନାବାଳିକା ଭଉଣୀ ସହ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ କୋର୍ଟ ଚାଲାଣ ।

0 476

ବେଲଗୁଣ୍ଠା,୧୧/୦୯(ପିପିଟି) ; ସ୍ଵାମୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ନିଜ ପୈତୃକ ଗ୍ରାମରେ ଏକ ଘର ଭଡ଼ା ନେଇ ପ୍ରାୟ ତିନି ବର୍ଷ ହେବ ରହି ଆସୁଥିଲେ । ଏହି ସମୟରେ ତାର ନାବାଳିକା ଝିଅ(୧୬)କୁ ବିବାହର ପ୍ରଲୋଭନ ଦେଖାଇ ଝିଅର ମାମୁ ପୁଅ ଭାଇ ତା ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଦିନେ ଝିଅର ମାଆ ସମ୍ପର୍କ ବିଷୟରେ ଜାଣିବା ପରେ ଝିଅ ସମ୍ପର୍କ ରଖି ଆସୁଥିବା ମାମୁ ପୁଅ ଭାଇକୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । ତିନି ବର୍ଷ ଧରି ଶାରିରୀକ ସମ୍ପର୍କ ରଖି ଆସୁଥିବା ପୁଅ ଶେଷରେ ନାବାଳିକାକୁ ବିବାହ କରିବା ପାଇଁ ରୋକଠୋକ୍ ମନା କରିଦେଇଥିଲା । ଫଳରେ ନାବାଳିକା ଜଣଙ୍କ ଯୁବକ ବିରୋଧରେ ବେଲଗୁଣ୍ଠା ଫାଣ୍ଡିରେ ଏତଲା ଦେବା ପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ତଦନ୍ତ କରି ନାବାଳିକାର ଏତଲାକୁ ଭିତ୍ତି କରି ୪୯୨/୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିରୋଧରେ ୩୭୬ ଦୁଷ୍କର୍ମ ମାମଲା ଓ ପୋସ୍କ ଆକ୍ଟ ବଳରେ ଗିରଫ କରି ଉଭୟଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଡାକ୍ତରୀ ମାଇନା କରାଇଥିଲେ । ପରେ ଅଭିଯୁକ୍ତକୁ ବ୍ରହ୍ମପୁର ପୋସ୍କ କୋର୍ଟକୁ ଚାଲାଣ କରିଥିବା ଜଣା ପଡ଼ିଛି । ପୋଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଜିରୋଳି ଗ୍ରାମର ଲକ୍ଷ୍ମୀ ଦଳେଇ ନାମକ ଏକ ମହିଳା ଯାଜପୁର ଜିଲ୍ଲା ବାଲି ଚନ୍ଦ୍ରପୁରରେ ବିବାହ କରିଥିଲେ । ସେଠାରେ ପ୍ରାୟ ପାଞ୍ଚ ଛଅ ବର୍ଷ ହେବ ଲକ୍ଷ୍ମୀର ସ୍ଵାମୀ ଉଭୟ ସ୍ତ୍ରୀ ଓ ଝିଅକୁ ସବୁବେଳେ ମାର ଧର କରିବା ସହ ନିର୍ଯ୍ୟାତନା ଦେଇ ଆସୁଥିଲା । ନିର୍ଯ୍ୟାତନା ଅସହ୍ୟ ହେବାରୁ ପ୍ରାୟ ତିନି ମାସ ତଳେ ଲକ୍ଷ୍ମୀ ତାର ଝିଅକୁ ଧରି ନିଜ ପୈତୃକ ଗ୍ରାମ ଜିରୋଳି ଆସି ସେଠାରେ ଘର ଭଡ଼ା ନେଇ ରହି ଆସୁଅଛି I ରହିବାର କିଛି ଦିନ ପରେ ଲକ୍ଷ୍ମୀର ଭାଇର ପୁଅ ତପନ ରାଉତ (୨୮) ଝିଅ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଥିଲା ଏବଂ ପରବର୍ତ୍ତୀ ସମୟରେ କାହାକୁ ନ କହିଲେ ତାକୁ ବିବାହ କରିବା ପାଇଁ ମିଛ ପ୍ରତିଶ୍ରୁତି ଦେବା ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଦିନେ ଲକ୍ଷ୍ମୀ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖି ଦେଇଥିଲେ । ଏନେଇ ଉଭୟ ପରିବାର ମଧ୍ୟରେ ଯୁକ୍ତି ତର୍ଜ ହୋଇଥିଲା । ତପନ ଲକ୍ଷ୍ମୀର ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଥିବାରୁ ତପନକୁ ବିବାହ କରିବା ପାଇଁ ପୀଡିତା ଜଣଙ୍କ ଜିଦ୍ ଧରିଥିଲା । ବିବାହ କରିବାକୁ ତପନ ରୋକଠୋକ୍ ମନା କରିଦେବା ପରେ ପୀଡିତା ଜଣଙ୍କ ବେଲଗୁଣ୍ଠା ଫାଣ୍ଡିରେ ତପନ ବିରୋଧରେ ଏତଲା ଦେଇଥିଲା । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.