ବିପୁଳ ପରିମାଣର ଗୁଟଖା ପ୍ରସ୍ତୁତ ସାମଗ୍ରୀ ଓ ଗୁଟଖା ମେସିନ ସହ ଜଣେ ଗିରଫ ।

0 647

ସାନଖେମୁଣ୍ଡି,୧୨/୦୨(ପିପିଟି): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ଚାଲିଛି ସଜବାଜ , ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୋଲିସ ବ୍ୟସ୍ତ ଥିଲାବେଳେ ଏହାର ସୁଯୋଗ ନେଉଛନ୍ତି ଗୁଟଖା , ଚୋରା ମଦ ଓ ଗଞ୍ଜେଇ ମାଫିଆ ମାନେ । କିନ୍ତୁ ପାଟପୁର ପୋଲିସ ଏହି ମାଫିଆ ମାନଙ୍କଠୁ ଦୁଇ ପାଦ ଆଗରେ ଥିବା ଜଣା ପଡ଼ିଛି । ନିର୍ବାଚନ କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ଚଢ଼ାଉ ଓ ଖାନତଲାସି ଉପରେ ଜୋର ଦିଆଯାଇଥିବା ବେଳେ ଗତ ଶୁକ୍ରବାର ପାଟପୁର ପୋଲିସ ପକ୍ଷରୁ ସ୍ଥାନୀୟ ଡ଼େଙ୍ଗାଉସ୍ତା ଛକ ଠାରେ ଯାନବାହାନ ଯାଞ୍ଚ ବେଳେ ତମାଖୁ ଜାତୀୟ ଜିନିଷ ଚାଲାଣ ହେଉଥିବାର ପାଇଥିଲା । ଏହାକୁ ନେଇ ଉକ୍ତ ଗାଡିର ଡ୍ରାଇଭର ଦ୍ୱାରା ପୋଲିସ ତଦନ୍ତ କରି ଗଞ୍ଜାମ ଜିଲ୍ଲା ଏସ. ଟିକରପଡା, ଗଣେଶ ନଗର ଠାରେ ବେଆଇନ ତମାଖୁ ନିର୍ମିତ କାରଖାନା ଠାବ କରିବା ସହିତ , କେଶ ନମ୍ବର ୫୦/୨୦୨୨ ଅନୁଯାଇ ଶେରଗଡ଼ ଥାନା ଅନ୍ତର୍ଗତ କୁରୁଳା ଗ୍ରାମର ଶିବ ଶଙ୍କର ପଣ୍ଡିତ ନାମକ ଜଣେ ବ୍ୟକ୍ତିକୁ ପାଟପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଉକ୍ତ କାରଖାନାରୁ ତମାଖୁ ନିର୍ମିତ ମେସିନ , ଆସବା ପତ୍ର ସମେତ , ବିପୁଳ ପରିମାଣର କଞ୍ଚାମାଲ ଜବତ କରିଛି । ଉକ୍ତ ଚଢ଼ାଉ ରେ ଆସିକା ଏସଡିପିଓ , ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ,ଏସଆଇ ପୀଡ଼ିକା ସହିତ ଷ୍ଟାପ ପ୍ରମୁଖ ନେତୃତ୍ୱ ନେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.