ଭଞ୍ଜନଗର,୧୫/୧୧(ପିପିଟି):ଭଞ୍ଜନଗର ଥାନା ମୁଜାଗଡ଼ ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଘରେ ବେଆଇନ ଭାବେ ଗଛିତ ଥିବା ବିପୁଳ ପରିମାଣରେ ତମ୍ବାଖୁ ପୁଲିସ ଜବତ କରିଛି।କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ୨୧କେଜି ଲେଖାଏଁ ଥିବା ୫୨ପ୍ୟାକେଟ ତମ୍ବାଖୁ ରେ ପ୍ରସ୍ତୁତ ଖଇନି ସମେତ ରାସାୟନିକ ପଦାର୍ଥ, ରଙ୍ଗ ଓ ସିଲେଇ ସାମଗ୍ରୀ ଜବତ କରିଛି।ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଏଥିରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post