ବିନା ଭକ୍ତରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ।

0 351

ବୋଲଗଡ଼,୧୨/୦୭(ପିପିଟି):ଆଜି ସାଗରଗୁଆଁ ପି ଷ୍ଟାଫ ସତ୍ ସଂଗ ସେବା ସଂଘ ଏବଂ ସହିଦ୍ କାଳିଆ ଭୂଇଁ ମୂଳ ସ୍ମୃତି ପରିଷଦ, ବାଙ୍କୋଇ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବିଧି ଅନୁସାରେ ପାଳିତ ହୋଇଯାଇଛି। ପୁରୋହିତ ପ୍ରସନ୍ନ କୁମାର ରାୟଗୁରୁଙ୍କ ଦ୍ଵାରା ହୋମ କାର୍ଯ୍ୟ ସମାପନ ପରେ ରାଜପୁରୋହିତ ପଣ୍ଡିତ ଭଗବାନ ରଥ ଏବଂ ପଣ୍ଡିତ ଲକ୍ଷ୍ମୀଧର ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀଜୀଉମାନଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ପରିସର ଭିତରେ ସିଂହାସନରେ ବିଜେ କରାଯାଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମ ରେ ସେବକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଛେରା ପହଁରା କରିଥିଲେ। ରୌପ୍ୟ ରଞ୍ଜନ ସାମନ୍ତରାୟ ଏବଂ ଦିପ୍ତି ରଞ୍ଜନ ପରମଗୁରୁ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଲକ୍ଷ୍ମୀଧର ମହାପାତ୍ର ମା ନାରାୟଣୀଙ୍କ ଠାରୁ ଆଜ୍ଞାମାଳ ଆଣିଥିଲେ। ଏହି କାର୍ଯ୍ୟକ୍ରମରେ ହରିବନ୍ଧୁ ନାଏକ ଶୁଭ ଶଙ୍ଖ ବଜାଇ ଥିଲେ ଏବଂ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଘଣ୍ଟ ବାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମାନନ୍ଦ ପରିଡ଼ା ମହାମନ୍ତ୍ରୀ ଏବଂ ବାବାଜୀ ଚ଼ରଣ ସ୍ୱାଇଁ ସାରଥୀ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶୈଲେନ୍ ପଟ୍ଟନାୟକ , ଜିତେନ୍ ପଟ୍ଟନାୟକ, ନିରଞ୍ଜନ ମହାପାତ୍ର, ପଦ୍ମନାଭ ମହାପାତ୍ର, ଗୋପିନାଥ ମହାପାତ୍ର, ଅର୍ଜୁନ ମହାପାତ୍ର, , ବୈକୁଣ୍ଠ ମହାପାତ୍ର, ବେଣୁଧର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟର ସୁପରିଚାଳନାରେ ସହଯୋଗ କରିଥିଲେ। ବିଶ୍ବରୁ କରୋନା ମହାମାରୀକୁ ଦୂର କରିବା ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଏକ ଭକ୍ତିପୂତ ସଂଗିତ ଗାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.