ବିନାମୂଲ୍ୟରେ ସାର, ବିହନ, କୀଟନାଶକ ଔଷଧ ଯୋଗାଇବାକୁ ଏସୟୁସିଆଇ ପକ୍ଷରୁ ଦାବି ।

0 440

ହିଞ୍ଜିଳିକାଟୁ,ତା-୨୮/୦୮(ପିପିଟି) ;  ବିଶ୍ୱ ମହାମାରୀ କରୋନାର ପ୍ରକୋପ ଆୟତକୁ ଆଣିବା ପାଇଁ ଦୀର୍ଘଦିନ ଧରି ସାରା ଜିଲ୍ଲା ସହ ହିଂଜିଳିକାଟୁ ବ୍ଲକ ମଧ୍ୟ ଲକ ଡ଼ାଉନ ଥିଲା । ତେଣୁ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଦୀର୍ଘଦିନ ଧରି ବଜାର ବନ୍ଦ ଥିବାରୁ ଚାଷୀର ଉତ୍ପାଦିତ ଅନେକ ଫସଲ ସାମଗ୍ରୀ ବିକ୍ରି ହୋଇନପାରି ନଷ୍ଟ ହୋଇଛି। ଲକ ଡ଼ାଉନ ଫଳରେ ସେମାନଙ୍କ ଜୀବିକା ହରାଇଛନ୍ତି । ବର୍ତ୍ତମାନ ଚାଷ କାର୍ଯ୍ୟ ପୁଣି ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଲା ବେଳକୁ ଅର୍ଥାଭାବ ଯୋଗୁଁ ସାର, ବିହନ, କୀଟନାଶକ ଔଷଧ କିଣିବା ପାଇଁ ଅସମର୍ଥ ଏହା ସହ ଗ୍ରାମ ପଞ୍ଚାୟତ ଗୁଡିକୁ ଯୋଗାଇ ଦିଆଯାଉଥିବା ସବସିଡ୍ ଯୁକ୍ତ ସାରର ଅଭାବ ଏବଂ ହିଂଜିଳିକାଟୁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଥିବା କେନାଲ ଗୁଡିକର ଉଚ୍ଚତା କମ ଥିବା ଯୋଗୁଁ , ବର୍ଷା ହେଲେ କେନାଲ ଗୁଡିକରେ ଜଳସ୍ତର ବୃଦ୍ଧିପାଇ ଚାଷଜମିରେ ମାଡିଯିବା ଫଳରେ ବହୁ ପନିପରିବା ଫସଲ ଆଦି ନଷ୍ଟ ହେଉଛି । ତେଣୁ ଆଗକୁ ବର୍ଷା ଆଶଙ୍କା ଥିବାରୁ, ହିଂଜିଳିକାଟୁ ବ୍ଲକର ସମସ୍ତ କେନାଲ ଗୁଡିକର ଉଚ୍ଚତା ବୃଦ୍ଧି ଓ ଚାଷୀ ମାନଙ୍କୁ ବିନାମୂଲ୍ୟରେ ସାର, ବିହନ, କୀଟନାଶକ ଔଷଧ ଆଦି ଯୋଗାଇ ଦେବାକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ହିଂଜିଳିକାଟୁ ଅଞ୍ଚଳର ଏସୟୁସିଆଇ କମ୍ୟୁନିଷ୍ଟ କମିଟି ପକ୍ଷରୁ ଦାବି ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ଏଥିରେ ଏସୟୁସିଆଇ କମ୍ୟୁନିଷ୍ଟ ହିଂଜିଳିକାଟୁ ଆଞ୍ଚଳିକ କମିଟିର ସମ୍ପାଦକ ନିମାଇଁ ଚରଣ ସାହୁ ଓ କର୍ମକର୍ତ୍ତା ଡ଼ି ତିରୁପତି ଦୋରା, ବିଭୁତି ଭୂଷଣ ସାହୁ,ଉଦ୍ଧବ ମହାଙ୍କୁଡ଼,କାମରାଜ ସାହୁ,ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.