କୋଦଳା,୦୨/୦୯(ପିପିଟି ); ବୁଧବାର ଦିନ ବେଗୁନିଆପଡା ବ୍ଲକର ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ବ୍ଲକ ସଭାପତି ଵିଜୟ କୁମାର ଦୋରାଙ୍କ ସଭାପତିତ୍ୱରେ ଷଣ୍ଢମୂଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଦଳର ଆଭିମୁଖ୍ୟ ଓ ନବୀନ ବାବୁଙ୍କ ଜନାହିତକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବିଜୁ ଜନତା ଦଳ କହିଲେ ନବୀନ ବାବୁଙ୍କୁ ହିଁ ବୁଝାଏ ଏଠି ପରସ୍ପର ମଧ୍ୟରେ ଗୋଷ୍ଟି ଭେଦ ଭାବ ଭୁଲି ସମସ୍ତେ ଏକ ହୋଇ ନବୀନ ବାବୁଙ୍କ ପାଇଁ ହିଁ ଦଳକୁ ମଜୁଭୁତ କରିବାକୁ ପଡିବ। ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଯଥାସମ୍ଭବ ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ । ଷଣ୍ଢମୂଳ ଓ ସାଙ୍କୁଡ଼ା ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗଦେଇ ଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ,ବରିଷ୍ଟ ନେତା ସୁରେନ୍ଦ୍ର ନାଥ ତିଆଡ଼ି ପ୍ରତି ପଞ୍ଚାୟତର ବିଜୁ ଜନତା ଦଳର ସଭାପତି ମାନେ ଯୋଗଦେଇ ଥିଲେ।