ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଓଏଏସ ଛାତ୍ରଙ୍କୁ ସମ୍ବର୍ଦ୍ଧନା ।

0 367

ଭଞ୍ଜନଗର,୨୨/୧୦(ପିପିଟି): ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ଓ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଫାଲଗୁନି କୁମାରଙ୍କୁ ଶନିବାର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ସଂପାଦକ ପଦ୍ମନାଭ ପ୍ରଧାନ ,ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ତଥା ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଛନ୍ତି । ଫାଲଗୁନି କୁମାର ୨୦୧୧ ମସିହା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳରୁ ୯୩℅ ଶତକଡା ନମ୍ବର ରଖି ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।ତେଣୁ ଏହି ସଫଳତା ପାଇଁ ଫାଲଗୁନି ପ୍ରଧାନାଚାର୍ଯ୍ୟ, ସମସ୍ତ ଗୁରୁଜୀ ଗୁରୁମା, ସହପାଠୀ ଓ ପରିବାର ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଦେଶ ସେବାରେ ନିୟୋଜିତ ହୋଇ ଭଞ୍ଜନଗର ଅଞ୍ଚଳ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.