ବିଦ୍ୟାଳୟ ଖେଳପଡ଼ିଆ ଭିତରେ ପଞ୍ଚାୟତ ସହାୟତା କେନ୍ଦ୍ର ନ କରିବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଖଣ୍ଡୁରୁ ଗ୍ରାମବାସୀ ।

0 309

ପୋଲସରା,୨୦/୦୧(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନ ଖଣ୍ଡୁରୁ ଗ୍ରାମବାସୀ ଶୁକ୍ରବାର ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ଅନୁପସ୍ଥିତି ରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଖଣ୍ଡୁରୁ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆ ଭିତରେ ପଞ୍ଚାୟତ ସହାୟତା କେନ୍ଦ୍ର ନିର୍ମାଣ କାର୍ଯ୍ୟ କରାଯାଉଅଛି। ଯେଉଁ ଗୃହର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ସେହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।ଏଥି ପୂର୍ବରୁ ସଂପୃକ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୃହ ର ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା।ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ବହୀନ କାର୍ଯ୍ୟକଳାପ ଯୋଗୁଁ ପୁଣି ସେହି ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଯାହାକୁ ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଖଣ୍ଡୁରୁ ଗ୍ରାମବାସୀ।ଆହୁରି କହିଥିଲେ କି ବିଦ୍ୟାଳୟ ରେ ଖେଳପଡ଼ିଆ ନଥିଲା କିନ୍ତୁ ଶିକ୍ଷକ ମାନଙ୍କ ସହଯୋଗ ରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଜାଗାକୁ ସଫାସୁତୁରା କରି ଶାରୀରିକ ବିକାଶ ଲାଗି ଅତି କଷ୍ଟରେ ଖେଳପଡ଼ିଆ ନିର୍ମାଣ କରିଲୁ,ସେହି ସ୍ଥାନରେ ପଂଚାୟତ ସହାୟତା କେନ୍ଦ୍ର ନିର୍ମାଣ କରାଯାଉଛି ତାହା ଅତି ପରିତାପର ବିଷୟ ନୋଳି ମଧ୍ୟ ପ୍ରକାଶ କରିଥିଲେ। ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁଙ୍କ ଅନୁପସ୍ଥିତି ରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ପ୍ରଦାନ ସମୟରେ ଖଣ୍ଡୁରୁ ଗ୍ରାମର ବିକ୍ରମ ସାହୁ,ମନୁ ବେହେରା,କୁମାରୀ ବେହେରା, ଶଙ୍କର ସାହୁ,ଭାସ୍କର ବେହେରା, ନାରାୟଣ ସାହୁ,ମିଟୁ ବେହେରା, ଲକ୍ଷ୍ମୀ ପ୍ରଧାନ ,କୌତିକି ବେହେରା ସମେତ ଖଣ୍ଡୁରୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକୁ ଯଦି ବନ୍ଦ କରାନଯାଏ ତା ହେଲେ ଅଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ଏବଂ ସେଥି ପାଇଁ ବିଭାଗୀୟ ଅଧିକାରୀ ମାନେ ଦାୟୀ ରହିବେ ବୋଲି ଖଣ୍ଡୁରୁ ଗ୍ରାମର ଉପସ୍ଥିତ ଗ୍ରାମବାସୀମାନେ ପ୍ରକାଶ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.