ବିଜେପି ପକ୍ଷରୁ ୭ ଦଫା ଦାବି ନେଇ ପୋଲସରା ତହସିଲ ଘେରାଉ ।

0 944

ପୋଲସରା,୦୪/୦୯(ପିପିଟି); ପୋଲସରା ବ୍ଲକ୍ ଓ ଏନ୍ଏସି ରେ ପ୍ରଶାସନର ଦୁର୍ନୀତି ତଥା ଅରାଜକତା ବିରୁଦ୍ଧରେ ବିଜେପି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ପୋଲସରା ଅଞ୍ଚଳରେ ସାର କଳାବଜାରୀ ଚାଲିଛି । ସାର ୨୬୬.୫୦ ଦର ଥିବା ବେଳେ ୪୫୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ୮୭୫ ଟଙ୍କା ପଟାସ ସାରକୁ ୯୫୦ ଟଙ୍କାରେ ବିକ୍ରି ହେଉଛି । ଆଧାର କାର୍ଡ ଦେଖି ପିଏସଓ ମେସିନ୍ ମାଧ୍ୟମରେ ବିକ୍ରି କରି ଚାଷୀମାନଙ୍କୁ ବିଲ୍ ଦେବା କଥା କିନ୍ତୁ ବିଲ୍ ଦେଉନାହାଁନ୍ତି । କୃଷି ଅଧିକାରୀ ଷ୍ଟକ ଯାଞ୍ଚ କରୁନାହାଁନ୍ତି । ଡିଲର ଓ ଅଫିସର ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ସାର କଳାବଜାରୀ ହେଉଥିବା ନେଇ ବିଜେପି ଅଭିଯୋଗ ଉଠାଇଛି । ଚାଷୀଙ୍କୁ କାଳିଆ ଯୋଜନା ଲୋଭ ଦେଖାଇ ନିର୍ବାଚନ ବୈତରଣୀ ପାର ହେବ ପରେ ରାଜ୍ୟ ସରକାର ଚାଷୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି ।ଗୋଟିଏ ଚାଷୀର ପୁଅ ଅର୍ଥ ଅଭାବରୁ ପାଠ ନ ପଢିପାରିବା ଯୋଗୁଁ ଆତ୍ମହତ୍ୟା କରିବାର ବିଜେପି ଅଭିଯୋଗ ଆଣିଛି । ବେଆଇନ୍ ବାଲି ଓ ପଥର ଚାଲାଣ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ ସରକାର କିଣୁ ନଥିବା ବେଳେ ଚାଷୀ ମାନେ ନିରାଶ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ପ୍ରକାର ବିହନ ଓ ଉଦ୍ଦିଷ୍ଟ ଯାନ୍ତ୍ରିକ ଉପକରଣ କେବଳ ମୁଷ୍ଟିମେୟ ଲୋକ ଏବଂ ବିଜେଡି ର ନେତା ମାନେ କରୁଥିବା ନେଇ ବିଜେପି ଅଭିଯୋଗ ଆଣି ଆଜି ପୋଲସରା ତହସିଲ ଘେରାଉ କରିବା ସହ ଜିଲ୍ଲା ପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଘରାଉରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଳିକ,ଯୁବ ନେତା ପ୍ରଭାକର ପଣ୍ଡା,ପ୍ରମୋଦ କୁମାର ପଣ୍ଡା,ପବିତ୍ର ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ । ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.