ବ୍ରହ୍ମପୁର, ୨୭/୧୨(ପିପିଟି): ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏମ.କେ.ସି.ଜି ( ଏମ.ସି.ଏଚ ) ଅଧ୍ୟକ୍ଷଙ୍କ ସହିତ ଯୁକ୍ତିତର୍କ କଲା ସମୟରେ ଆଜିର ଡାକ୍ତର ମାନଙ୍କ ଉପସ୍ଥିତି ତାଲିକା ମଗାଯାଇଥିଲା ସେହି ସମୟର ବାୟୋମେଟ୍ରିକ୍ ଉପସ୍ଥିତି ନିଆଯାଉଛି ବୋଲି କହିଥିଲେ କିନ୍ତୁ ଦେଲା ବେଳକୁ ଲିଖିତ ରେଜିଷ୍ଟର ତାଲିକା ଦେଲେ ଏଥିରେ ଜାଣିବାର ଅଛି ଡାକ୍ତରଙ୍କ ଅନୁପସ୍ଥିତ ସୁପେରିଣ୍ଟେଣ୍ଡେଣ୍ଟ ଏଥିରେ ସମ୍ପୃକ୍ତ ଅଛନ୍ତି , ଦୀର୍ଘ ୪ ଘଣ୍ଟା ପରେ ତାଲିକା ଟିକୁ ଆମ୍ଭକୁ ଦେଇଛନ୍ତି , ଏହି ଧାରଣା ରେ ଉପସ୍ଥିତ ଥିଲେ , ବିଜେପି ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର , ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ , ସ୍ୱାସ୍ଥ୍ୟ ସେଲ ସଭାପତି ରାଜୀବ କୁମାର ମିଶ୍ର , ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ମଧୁ ସୁଦନ ସାହୁ , ରାଜେଶ କୁମାର ମାଝୀ , ଗୌରୀ ମହାନ୍ତି ହୃଷୀ ପାଢ଼ୀ, କାମଳ ପାତ୍ର , କେ. ରବି ରାଓ , ସଞ୍ଜୀବ କୁମାର ଦାସ , ପ୍ରତୁଲ୍ୟ ତାଂତେଇ, ଅର୍ଜୁନ ପଣ୍ଡା, ଶିବ ପାଣିଗ୍ରାହୀ, ସଙ୍ଗମ ପାଣିଗ୍ରାହୀ ,ସେମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ତେବେ ଧାରଣା ସ୍ଥଳରେ କିଛି ମେଡିକାଲ ର ଆଉଟସୋର୍ସ କର୍ମଚାରୀ ମାନେ ଆସି ବିଜେପି କର୍ମକର୍ତ୍ତା ମାନଙ୍କ ସହ ଯୁକ୍ତିତର୍କ କରୁଥିବା ବେଳେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା ।
(ରିପୋର୍ଟ- ଆରତ କୁମାର ହୋତା। )