ବିଜେପିରେ ଯୋଗ ଦେଲେ ବରିଷ୍ଠ ବିଜେଡ଼ି ନେତା ରଞ୍ଜନ କୁମାର ଖଣ୍ଡୁଆଳ ।

0 272

ବେଲଗୁଣ୍ଠା,୨୭/୦୧(ପିପିଟି): କିଛି ଦିନ ତଳେ ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ଉପାଧ୍ୟକ୍ଷା ରମା ଖଣ୍ଡୁଆଳ ଏବଂ ତାଙ୍କ ସ୍ୱାମୀ ତଥା ଆମ୍ବପୁଆ ସମିତି ସଭ୍ୟ ରଞ୍ଜନ କୁମାର ଖଣ୍ଡୁଆଳ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେମାନେ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଧରିଥିଲା । ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରଞ୍ଜନ କୁମାର ଖଣ୍ଡୁଆଳ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବେଲଗୁଣ୍ଠା ବ୍ଳକର ପ୍ରାକ୍ତନ ଅଧ୍ୟକ୍ଷ ନୀଳମଣି ବିଷୋୟୀଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ବିଜେପିରେ ସାମିଲ୍ ହୋଇଛନ୍ତି । ଏହି ଅବସରରେ ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ରଉତ, ବିଜେପି ବ୍ଳକ୍ ଉପସଭାପତି ଚିନ୍ତାମଣୀ ସ୍ଵାଇଁଙ୍କ ଉପସ୍ଥିତିରେ ଶ୍ରୀ ବିଷୋୟୀ ରଞ୍ଜନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ରଞ୍ଜନ ବିଜେପିରେ ସାମିଲ୍ ହେବା ପରେ ବିଜେପି ସଂଗଠନ ଅଧିକ ମଜବୁତ୍ ହେବ ବୋଲି ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.