ଜଗତସିଂହପୁର,୦୭/୦୯(ପିପିଟି); ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ ସ୍ଥିତ ନୁଆଗାଦି ପୀଠରେ ବିଜୁ ଜନତାଦଳ ଆଇଟି ସେଲ୍ ର ବନ୍ଧୁମିଳନ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଯୁବସଂଗଠକ ତାପସ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନିର୍ବାଚନମଣ୍ଡଳୀ ମିଡ଼ିଆସେଲର ସଂଯୋଜକ ପ୍ରୟାସ ମୁଦୁଲି ସଭାପତିତ୍ବ କରିଥିବା ବେଳେ ଛାତ୍ର ନେତା ପ୍ରକାଶ ଦଳାଇ ସଭା ସଂଯୋଜନା କରିଥିଲେ। ଏଥିସହିତ ଆଗାମୀ ଦିନରେ କିଭଳି ବାଲିକୁଦା ବ୍ଲକ ଅନ୍ୟ ନିର୍ବାଚନମଣ୍ଡଳୀମାନଙ୍କ ପାଇଁ ଉଦାହରଣ ହେବ ଏନେଇ ବିଜୁ ଜନତା ଦଳର କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରିତ କରାଯିବା ସହ ମାନ୍ୟବର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ହାତମୁଠାକୁ ଟାଣ କରାଯିବା ନେଇ ସୋସିଆଲ ମିଡ଼ିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ସୌମ୍ୟାଜିତ ମହାପାତ୍ର, ଆକାଶ ମହାନ୍ତି, ବଳଦେବ ରଥ, ରାଜେନ୍ଦ୍ର ସତପଥି, ବିଶ୍ୱଜିତ ସ୍ୱାଇଁ, ଅଭୟ ମାଝୀ ତିରୁପତି କାନୁନଗୋ, ପ୍ରମୋଦ ଲେଙ୍କା ରଶ୍ମି ରଞ୍ଜନ ବାରିକ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଛାତ୍ର ନେତା ସାଗର ରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ – ପ୍ରତାପ କୁମାର ସିଂହ ।